Only for Entertainment

ମିଠା ଖାଇବାକୁ ପସନ୍ଦ କରନ୍ତି କି ? ଘରେ ପ୍ରସ୍ତୁତ କରନ୍ତୁ ନଡିଆ ବରଫି

Meenusmenu
0 79

ସାମଗ୍ରୀ-

କୋରା ନଡିଆ- ୩୫୦ ଗ୍ରାମ
ଚିନି- ୫୦୦ ଗ୍ରାମ
କ୍ଷୀର- ୨୦୦ ମିଲି
ଫ୍ରେସ କ୍ରିମ- ୬୦ ଗ୍ରାମ
ଘିଅ- ୨ ଚାମଚ
ଗୁଜରାତି ପାଉଡର- ଅଧା ଚାମଚ
କାଜୁ

ପ୍ରଣାଳୀ-

ଏକ ପ୍ୟାନରେ ୩୫୦ ଗ୍ରାମ ନଡିଆ କୋରା ପକାଇ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ବର୍ତ୍ତମାନ ସେଥିରେ ଚିନି ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ସେଥିରେ ୨୦୦ ମିଲି କ୍ଷୀର, ୬୦ ଗ୍ରାମ ଫ୍ରେସ କ୍ରିମ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାପରେ ୨ ଚାମଚ ଘିଅ, ଗୁଜୁରାତି ପାଉଡର ପକାଇ ୩ରୁ ୪ ମିନିଟ ଭଲଭାବେ ଘାଣ୍ଟନ୍ତୁ । ଏହାପରେ ଏହି ମିଶ୍ରଣକୁ ଏକ ଟ୍ରେରେ ଢାଳି ଖେଳାଇ ଦିଅନ୍ତୁ ଏବଂ ଏହା ଉପରେ କାଜୁ ଏବଂ ବାଦାମ ପକାନ୍ତୁ । ଏହାପରେ ଏହି ମିଶ୍ରଣକୁ ୩୦ ମିନିଟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବାପରେ ନିଜ ପସନ୍ଦରେ କାଟି ଏହାକୁ ସର୍ଭ କରନ୍ତୁ ।

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More