Only for Entertainment

ଶୀତଦିନରେ ସୁସ୍ଥ ତ୍ୱଚା ପାଇଁ ସାହାଯ୍ୟ କରେ ନଡ଼ିଆ ତେଲ

Healthline
35

ନଡ଼ିଆ ତେଲ ତ୍ୱଚା ପାଇଁ ଖୁବ ଉପକାରୀ ତାହା ଆପଣ ମାନେ ନିହାତି ଭାବରେ ଜାଣନ୍ତି । କିନ୍ତୁ ଏହାଯେ ଶୀତଦିନରେ ଖୁବ ଉପକାରୀ । ଏହା ତ୍ୱଚାକୁ ଖୁବ କୋମଳ ରଖିଥାଏ ।

ମଶ୍ଚରାଇଜର: ଶୀତ ଦିନରେ ତ୍ବଚାକୁ କୋମଳ ଏବଂ ନରମ ରଖିବା ପାଇଁ ପ୍ରତିଦିନ ସ୍ନାନ ସାରି ବଡି ଲୋସନ ଲଗାଇବା ପରିବର୍ତ୍ତେ ନଡିଆ ତେଲ ମାଲିସ କରନ୍ତୁ । ନଡିଆ ତେଲରେ ଏସପିଏଫ (SPF) ରହିଥାଏ, ଯାହା ସନ୍ ଟ୍ୟାନରୁ ରକ୍ଷା କରେ ।

କଣ୍ଡିଶନର : ତ୍ବଚା ଭଳି କେଶ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ ନଡିଆ ତେଲ । କେଶକୁ କୋମଳ ଓ ଆକର୍ଷଣୀୟ କରିବା ପାଇଁ ନଡିଆ ତେଲ ଗରମ କରି କେଶରେ ମାଲିସ କରନ୍ତୁ । ଏହା ପରେ ପ୍ଲାଷ୍ଟିକ୍ ବ୍ୟାଗ ବା କପଡାରେ ଢାଙ୍କି ରଖନ୍ତୁ । କିଛି ସମୟ ପରେ ଶ୍ୟାମ୍ପୁ କରି ଦିଅନ୍ତୁ ।

ଲିପ୍ ବାମ୍: ଶୀତ ଦିନ ରାତିରେ ଶୋଇବା ସମୟରେ ଓଠରେ ନଡିଆ ​‌ତେଲ ଲଗାନ୍ତୁ । ସକାଳୁ ଦେଖିବେ ଆପଣଙ୍କ ଓଠ କୋମଳ ହୋଇ ଯାଇଥିବ । ଆପଣ ଚାହିଁଲେ ଦିନରେ ମଧ୍ୟ ଲିପ୍ ବାମ ପରିବର୍ତ୍ତେ ନଡିଆ ତେଲ ବ୍ୟବହାର କରି ପାରିବେ ।

ମେକଅପ୍ ରିମୁଭର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମେକଅପ୍ ଛଡାଇବାରେ ସବୁଠୁ ଶସ୍ତା ଓ ସହଜ ଉପାୟ ହେଉଛି ନଡିଆ ତେଲ । ନଡିଆ ତେଲରେ ମେକଅପ୍ ସଫା କରିବା ଦ୍ବାରା ତ୍ବଚାରୁ କେମିକାଲ ସମ୍ପୂର୍ଣ୍ଣ ରୂପେ ବାହାରି ଯାଇଥାଏ । ଏହା ସହ ତ୍ବଚା ଚିକ୍କଣ ଓ କୋମଳ ରହିଥାଏ ।

ଚିକ୍କଣ ବା ଉଜ୍ବଳ ତ୍ବଚା: ତ୍ବଚାକୁ ଉଜ୍ଜଳ କରିବା ପାଇଁ ଆପଣ ନଡିଆ ତେଲ ବ୍ୟବହାର କରିପାରିବେ । ମେକଅପ୍ ନେବା ପୂର୍ବରୁ ତ୍ବଚାରେ ଅଳ୍ପ ବୁନ୍ଦା ନଡିଆ ତେଲ ତ୍ବଚାରେ ମାଲିସ କରନ୍ତୁ । ପରେ ଫାଉଣ୍ଡେସନ ବା ଅନ୍ୟ ମେକଅପ୍ ସାମଗ୍ରୀ ଲଗାଇ ପାରିବେ । ଏହା ଦ୍ବାରା ଆପଣଙ୍କ ତ୍ବଚା ଆକର୍ଷଣୀୟ ଲାଗିବ ।

ରଙ୍ଗ ସଫା ଓ ଦାଗରୁ ମୁକ୍ତି ପାଇଁ: ନଡିଆ ତେଲରେ ଲେମ୍ବୁ ରସ ମିଶାଇ ପ୍ରିତିଦିନ ତ୍ବଚାରେ ମାଲିସ କରନ୍ତୁ । ଏହା ଦ୍ବାରା ରଙ୍ଗ ସଫା ହେବା ସହ ମୁହଁରୁ କଳା ଦାଗ ଦୂର ହେବ । ଏହି ମିଶ୍ରଣକୁ କଳା ପଡିଥିବା ଆଣ୍ଠୁ ଓ କହୁଣୀରେ ଲଗାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More