Only for Entertainment

ମଶା କାମୁଡ଼ିଥିଲେ ବ୍ୟବହାର କରନ୍ତୁ ନଡ଼ିଆ ତେଲ

30

ସମସ୍ତଙ୍କ ଘରେ ମଶା ହୁଅନ୍ତି । ଏଥିରୁ ମୁକ୍ତି ପାଇଁ କିଏ ମଶାରୀ ଟାଣି ଶୁଏ ତ ଆଉ କେହି ଧୂଆଁ ଦିଅନ୍ତି । ଏହିଭଳି ଉପାୟ ସବୁ କରାଯାଏ । କିନ୍ତୁ ଯଦି ମଶା କାମୁଡ଼ି ଦେଇଛି ସେଥିପାଇଁ କ’ଣ କରିବେ ଆସନ୍ତୁ ଆଲୋଚନା କରିବା ।

ପ୍ରଥମେ ଗୋଟିଏ ପାତ୍ରରେ ଦୁଇ ଚାମଚ ନଡ଼ିଆ ତେଲ ଆଣନ୍ତୁ। ଯଦି ନଡ଼ିଆ ତେଲ ବସିଯାଉଛି, ତେବେ ଏହାକୁ ଅଳ୍ପ ଗରମ କରିଦିଅନ୍ତୁ। ଏଥିରେ ଅଧା ଚାମଚ ସୁଗନ୍ଧଯୁକ୍ତ ତେଲ ମିଶାନ୍ତୁ। ଏହି ଦୁଇଟି ତେଲର ମିଶ୍ରଣକୁ ଗାଢ଼ ରଙ୍ଗ ହେବା ପର୍ଯ୍ୟନ୍ତ ଫେଣ୍ଟନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା, ନଡ଼ିଆ ତେଲର ଲୋଶନ୍‌।

ନଡ଼ିଆ ତେଲର ଏହି ଲୋଶନ୍‌କୁ ହାତ, ଗୋଡ଼ ଓ ମୁହଁରେ ଲଗାଇଲେ, ମଶା ଆପଣଙ୍କ ପାଖ ମାଡ଼ିବେ ନାହିଁ। ଏହା ସହିତ ମଶା କାମୁଡ଼ାରୁ ହେଉଥିବା ରୋଗ ମଧ୍ୟ ଆପଣଙ୍କୁ ହେବ ନାହିଁ। ସେହିଭଳି ଶରୀରର କୌଣସି ଅଙ୍ଗ ପୋଡ଼ିଗଲେ କିମ୍ୱା ପୋକ କାମୁଡ଼ି ଦେଲେ, ଏହି ଲୋଶନ୍‌କୁ ଲଗାଇ ଆପଣ ଏଥିରୁ ଆରୋଗ୍ୟ ପାଇପାରିବେ। ନଡ଼ିଆ ତେଲର ଏହି ଲୋଶନ୍‌ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଖୁବ୍ ଉପକାରୀ। ଆପଣଙ୍କ ତ୍ୱଚା ଶୁଖି ଯାଉଥିଲେ କିମ୍ୱା କୁଣ୍ଡାଇ ହେଉଥିଲେ, ଏହି ଲୋଶନ୍‌ ବ୍ୟବହାର କରିବା ଦ୍ୱାରା ସୁଫଳ ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More