Only for Entertainment

ଶୀତଋତୁରେ ଚେହେରାକୁ  କୋମଳ ଏବଂ ସୁନ୍ଦର ରଖିବା ପାଇଁ ବ୍ୟବହାର କରନ୍ତୁ ନଡିଆ ତେଲ

benefitsofcoconuts
27

ଶୀତଋତୁ ଶୁଷ୍କ ବାୟୁ ଯୋଗୁଁ ଆମ ତ୍ୱଚା ରୁକ୍ଷ ହୋଇଯାଏ ।ଏଥିପାଇଁ ଏହି ଶୀତ ଶରୀର ସହ ଆମର ଚେହେରାର ମଧ୍ୟ କିଛି ଖାସ୍ ଯତ୍ନ ନେବା ଜରୁରୀ । ଶୀତ ଋତୁରେ ଲୋକମାନେ ଥଣ୍ଡାରୁ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ଉପାୟ ବ୍ୟବହାର କରନ୍ତି, ମାତ୍ର ନିଜ ଚେହେରାକୁ ନଜର ଅନ୍ଦାଜ କରିଦିଅନ୍ତି । ଯାହାଦ୍ୱାରା ଚେହେରାର ଚମକ ନଷ୍ଟ ହୋଇଯାଏ । ତେଣୁ କେବଳ ନଡିଆ ତେଲ ବ୍ୟବହାର କରି ଆପଣ ଏହି ଶୀତଋତୁରେ ଆପଣଙ୍କ ଚେହେରାକୁ  କୋମଳ ଏବଂ ସୁନ୍ଦର କରିପାରିବେ।

  • ଲିପ୍ ବାମ୍:
    ଶୀତଦିନେ ଶୋଇବା ପୂର୍ବରୁ ଓଠରେ ନଡିଆ ତେଲ ନିହାତି ଲଗାନ୍ତୁ । ଆପଣ ଦେଖିବେ ସକାଳକୁ ଆପଣଙ୍କ ଓଠ ସଂପୂର୍ଣ୍ଣରୂପେ କୋମଳ ହୋଇଯାଇଥିବ । ଆପଣ ଦିନରେ ମଧ୍ୟ ଲିପ୍ ବାମ୍ ବଦଳରେ ନଡିଆତେଲକୁ ବ୍ୟବହାର କରିପାରିବେ ।
  • ଚେହେରାରେ ଚମକ:
    ଯଦି ଆପଣ ରୁକ୍ଷ ଶୁଷ୍କ ଚେହେରାକୁ ନେଇ ଚିନ୍ତିତ ହୋଇ ଘରୁ ବାହାରକୁ ବାହାରୁ ନାହାନ୍ତି ତେବେ ବାହାରକୁ ବାହାରିବା ପୂର୍ବରୁ ନଡିଆତେଲ ଲଗାଇ ମସାଜ୍ କରନ୍ତୁ । ଏହାଦ୍ୱାରା ଚେହେରାରେ ଚମକ ଆସିବା ସହ ଚେହେରାର ରୁକ୍ଷତା ନଷ୍ଟ ହୋଇଥାଏ ।
  • ମେକଅପ ରିମୁଭର:
    ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ ନିଶ୍ଚୟ ସବୁଠାରୁ ସହଜ ଏବଂ ସରଳ ଉପାୟ ହେଉଛି ନଡିଆତେଲ । ଏହାକୁ ବ୍ୟବହାର କରି ମେକଅପ ରିମୂଭ କରିବାଦ୍ୱାରା ଆପଣଙ୍କ ତ୍ୱଚାରୁ କେମିକାଲ ଭଲଭାବେ ସଫା ହୋଇଯାଇଥାଏ ଏବଂ ଏହାଦ୍ୱାରା ଆପଣଙ୍କ ତ୍ୱଚା ମଶ୍ଚୁରାଇଜ ମଧ୍ୟ ହୋଇଥାଏ ।
  • କଳାଦାଗରୁ ମୁକ୍ତି :
    ନଡିଆତେଲରେ ଲେମ୍ବୁ ମିଶାଇ ପ୍ରତିଦିନ ଚେହେରାରେ ଲଗାଇବା ଦ୍ୱାରା ଚେହେରାର ରଂଗ ବଦଳିବା ସହ କଳାଦାଗରୁ ମଧ୍ୟ ଉପଶମ ମିଳିଥାଏ । ଆପଣ ଏହି ମିଶ୍ରଣକୁ ଆଣ୍ଠୁ ଏବଂ କହୁଣୀରେ ହୋଇଥିବା କଳାଦାଗରେ ମଧ୍ୟ ଲଗାଇ ପାରିବେ ।
  • କଣ୍ଡିସନର:
    ନଡିଆତେଲ କେବଳ ଆମ ଚେହେରା ନୁହେଁ କେଶ ପାଇଁ ମଧ୍ୟ ବହୁ ଉପଯୋଗୀ ଅଟେ । ନିଜର କେଶକୁ ଅଧିକ ଚମକଦାର ଏବଂ ମୁଲାୟମ ପାଇଁ ଆପଣ ନଡିଆତେଲକୁ ଗରମ କରି କେଶରେ ମାଲିସ କରନ୍ତୁ । ଏହାପରେ କେଶକୁ ପ୍ଲାଷ୍ଟିକ ଥଳି କିମ୍ବା ତଉଲିଆ ସାହାଯ୍ୟରେ ଘୋଡାଇ ଦିଅନ୍ତୁ । ଏହି ପ୍ରକ୍ରିୟାର କିଛି କ୍ଷଣ ପରେ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ ।
  • ମଶ୍ଚୁରାଇଜର:
    ଏହି ଶୀତ ଋତୁରେ ଚେହେରାକୁ କୋମଳ ଏବଂ ମୁଲାୟମ ରଖିବାପାଇଁ ପ୍ରତିଦିନ ଗାଧୋଇବା ପୂର୍ବରୁ ଶରୀରରେ ମଶ୍ଚୁରାଇଜର ପରିବର୍ତ୍ତେ ନଡିଆତେଲ ମାଲିସ୍ କରନ୍ତୁ । ନଡିଆତେଲରେ ଏସପିଏଫ ମଧ୍ୟ ରହିଥାଏ ତେଣୁ ଏହା ଆପଣଙ୍କୁ ସନ୍ ବର୍ଣ୍ଣ ଭଳି ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More