Only for Entertainment

ଶରୀରର ଏହି ଅଙ୍ଗକୁ କିଭଳି ରଖିବେ ସୁନ୍ଦର ।

youtube
25

ମୁହଁ ଓ କେଶର ଯତ୍ନ ନେବା ଯେତିକି ଜରୁରୀ ପାଦର ଦେଖାଶୁଣା କରିବା ମଧ୍ୟ ଉଚିତ। ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ସ୍କ୍ରବ କରିପାରିବେ। ସ୍କ୍ରବ କରିବା ଦ୍ବାରା ପାଦରୁ ମୃତ କୋଷିକା ଗୁଡିକ ବାହାରି ଯାଇଥାଏ। ନଡିଆ ତେଲରୁ ପ୍ରସ୍ତୁତ ସ୍କ୍ରବ ବ୍ୟବହାର କରିବା ଦ୍ବାରା ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ନଡିଆ ତେଲକୁ ଲଗାଇବା ଦ୍ବାରା ତାହା ପାଦକୁ କୋମଳ କରିଥାଏ।

ନଡିଆ ତେଲ ଲଗାଇବାର ଲାଭ :

ନଡିଆ ତେଲରେ ସ୍ବାସ୍ଥ୍ୟ ଉପଯୋଗୀ ଫ୍ୟାଟ ରହିଛି। ଏହା ଚର୍ମକୁ ନରମ ରଖିଥାଏ। ଏହାକୁ ଚର୍ମରେ ଲଗାଇବା ଦ୍ବାରା ରୁକ୍ଷତା କମ୍ ହୋଇଥାଏ। ନଡିଆ ତେଲକୁ ପାଦରେ ଲଗାଇବା ଦ୍ବାରା ଅପରିଷ୍କାର ଅଂଶ ବାହାରି ଯାଇଥାଏ। ଏବଂ ଚର୍ମରେ ଅଧିକ ଚମକ ଆସିଥାଏ।

ନଡିଆ ତେଲ ଓ ସି-ବଟର :

ଏକ ଚାମଚ ନଡିଆ ତେଲରେ ୧ ଚାମଚ ସି-ବଟର ମିଶାନ୍ତୁ। ତାପରେ ସେଥିରେ ଏକ ଚାମଚ ଚିନି ମିଶାଇ ଦିଅନ୍ତୁ। ତାହାକୁ ପାଦରେ ସ୍କ୍ରବ କରନ୍ତୁ। ଏପରି କରିବା ଦ୍ବାରା ପାଦରେ ଥିବା ଅପରିଷ୍କାର ବାହାରି ଯାଇଥାଏ। ଏବଂ ଚର୍ମ ମଧ୍ୟ ଚମକି ଥାଏ।

ନଡିଆ ତେଲ ଓ ସୌଦ୍ଧା ଲୁଣ :

ସୌଦ୍ଧା ଲୁଣ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଦୁଇ ଚାମଚ ନଡିଆ ତେଲରେ ୩ ଚାମଚ ସୌଦ୍ଧା ଲୁଣ ମିଶାଇ ଦିଅନ୍ତୁ। ତାପରେ ତାକୁ ପାଦରେ ଭଲ ଭାବେ ସ୍କ୍ରବ କରନ୍ତୁ। ଏପରି ସ୍କ୍ରବ କରିବା ଦ୍ବାରା ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ।

ନଡିଆ ତେଲ ଓ ସାମୁଦ୍ରିକ ଲୁଣ :

ନଡିଆ ତେଲ ଓ ସାମୁଦ୍ରିକ ଲୁଣ ପାଦରୁ ମୃତ କୋଷିକା ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାସହ ପାଦର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଗୋଟିଏ ପାତ୍ରରେ ନଡିଆ ତେଲ ନେଇ ସେଥିରେ ଦୁଇ ଚାମଚ ସାମୁଦ୍ରିକ ଲୁଣ ମିଶାନ୍ତୁ। ତାପରେ ମିଶ୍ରଣକୁ ପାଦରେ ସ୍କ୍ରବ କରନ୍ତୁ। ଏହା ପାଦକୁ ସୁସ୍ଥ ରଖିବା ସହ ସୁନ୍ଦର କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More