Only for Entertainment

ରାତି ସାରା ବ୍ୟକ୍ତିଙ୍କ ମୁଣ୍ଡ ପାଖରେ ଶୋଇ ରହିଥିଲା ସାପ, ସକାଳୁ ଉଠି ଦେଖିଲେ ତ……….

kanaklifestyle
1,114

କୁହାଯାଏ ରଖେ ହରି ତ ମାରେ କିଏ । ଅବଶ୍ୟ ଏହି କଥାକୁ ପ୍ରାୟ ସମସ୍ତେ ବିଶ୍ୱାସ କରନ୍ତି । କିନ୍ତୁ ବେଳେ ବେଳେ ହିଂସ୍ର ଜୀବଜନ୍ତୁଙ୍କ କବଳରୁ ଅତି ସହଜରେ ରକ୍ଷା ପାଇଯିବା ଏକ ଅଜବ କଥା ଭଳି ମନେ ହୁଏ । ଏହା ପୂର୍ବରୁ ଆମେ ଆପଣଙ୍କୁ ଏଭଳି କିଛି ଘଟଣା ବିଷୟରେ ଜଣାଇଛୁ ଯେଉଁଥିରେ କାହା ଘର ଗେଟରେ ବିରାଟକାୟ ଗୋଧି ଚଢି ଯାଇଥିଲା ତ ଆଉ କାହାର ସ୍ୱିମିଙ୍ଗ ପୁଲରୁ କୁମ୍ଭୀର ବାହାରିଥିଲା । କିନ୍ତୁ ଏହିଥର ଭୁବନେଶ୍ୱରର ରସୁଲଗଡ଼ରେ ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଯାହାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଆଜ୍ଞା ହଁ ଭୁବନେଶ୍ୱରରେ ସନ୍ଦୀପ ନାମକ ଜଣେ ବ୍ୟକ୍ତିଙ୍କ ସହିତ କିଛି ସେହିଭଳି ଘଟିଛି ।

ବାସ୍ତବରେ ସନ୍ଦୀପଙ୍କ କହିବା ଅନୁସାରେ ସେ ଗତ ଶୁକ୍ରବାର ସକାଳେ ଉଠିବା ସମୟରେ ତାଙ୍କ ଶେଯ ନିକଟରେ ଏକ ନାଗ ସାପ ଶୋଇ ରହିଥିଲା । ସକାଳେ ଉଠିବା ପରେ ମଧ୍ୟ ସନ୍ଦୀପଙ୍କର ସାପ ଉପରେ ନଜର ନଥିଲା । ସେ ଘରର ସମସ୍ତ କାମ ସରିବା ପରେ ଯେତେବେଳେ ବିଛଣା ଉଠାଇବାକୁ ଆସିଲେ ହଠାତ ତାଙ୍କର ନଜର ପଡ଼ିଲା ଏକ ବିରାଟକାୟ ସାପ ଉପରେ । ଯିଏ ଗୁଡ଼େଇ ହୋଇ ଅତି ସାଧାରଣ ଭାବରେ ଶୋଇ ରହିଥିଲା । ପ୍ରଥମେ ତ ସନ୍ଦୀପ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ଏହାପରେ ନ ଡରି ସେ ଚାଲିଗଲେ ପୂଜା କରିବାକୁ । ପୂଜା ସରିଗଲା ଏବଂ ତା’ ସହିତ ରୋଷେଇ ମଧ୍ୟ । କିନ୍ତୁ ସାପଟି ସେହିଭଳି ଶୋଇ ରହିଥାଏ । ଯାହାପରେ ବାଧ୍ୟ ହୋଇ ସନ୍ଦୀପ ପଡ଼ିଶା ଘର ଲୋକଙ୍କୁ ଡାକିଥିଲେ । ଯଦିଓ ସମସ୍ତେ ସାପଟିକୁ ମାରିଦେବାକୁ କହିଥିଲେ ତଥାପି ସନ୍ଦୀପ ଏହାକୁ ବାରଣ କରିଥିଲେ ଏବଂ ସାପକୁ ନ ମାରି ଛାଡ଼ି ଦେଇଥିଲେ । ସମ୍ବିତଙ୍କ କହିବା ମୁତାବକ ଯଦି ସାପ ତାଙ୍କର କୌଣସି କ୍ଷତିି କରିନାହିଁ ତେବେ ସେ ସାପକୁ ମାରିବେ କାହିଁକି? ଅବଶ୍ୟ ଘଟଣାଟି ବିଷୟରେ ଶୁଣିବା ପରେ କେହି ମଧ୍ୟ ଆଶ୍ଚର୍ଯ୍ୟ ସ୍ୱଭାବିକ କଥା । କେହି କେହି ସନ୍ଦୀପଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More