Only for Entertainment

କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଇଥାଏ କଫି ।

sciencedaily.com
0 66

ଦିନସାରା ଅକ୍ଲାନ୍ତ ପରିଶ୍ରମ ପରେ ଯଦି କଫି ଗୋଟେ କପ ମିଳିଯାଏ ତେବେ ସବୁ କଷ୍ଟ ଛୁମନ୍ତର ହୋଇଯାଏ । ଯଦି ଆପଣ ଭାବୁଛନ୍ତିଯେ କେବଳ କଫି କଷ୍ଟ ଦୂର କରିବାରେ ସାହାଯ୍ୟ କରିଥାଏ ତେବେ ଆପଣ ଭୁଲ ଭାବୁଛନ୍ତି । କଫି ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଜାଣନ୍ତୁ କିପରି ।

ଯଦି ଆପଣ ହସ ଭରା ତ୍ୱଚା ଚାହାଁନ୍ତି ତେବେ ଆପଣ କଫିର ସାହାଯ୍ୟ ନେଇପାରିବେ । କଫିରେ ପ୍ରସ୍ତୁତ କରନ୍ତୁ ଫେସମାସ୍କ । କାରଣ ଏଥିରେ ଆଂଟି ଅକ୍ସିଡାଂଟ ପ୍ରଚୁର ରହିଥାଏ,ଯାହା ସମସ୍ତ ଟକ୍ସିନକୁ ବାହାର କରିବାରେ ସାହାଯ୍ୟ କରିଥାଏ ।

ଫେସମାସ୍କ ପ୍ରସ୍ତୁତ ପାଇଁ ୨ ଚାମଚ କଫି ଗ୍ରାଉଣ୍ଡରେ ୨ ଚାମଚ କଫି ପାଉଡର,୩ ଚାମଚ କ୍ରିମ ବା ଦହି ଏବଂ ୧ ଚାମଚ ମହୁ ମିଶାନ୍ତୁ । ଏବେ ଏହାକୁ ଚେହେରାରେ ଲଗାଇ ୨୦ ମିନିଟ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏବେ ହାଲକା ଜଳରେ ଭିଜା ଯାଇଥିବା ଟାୱେଲରେ ମୁହଁ ପୋଛନ୍ତୁ ।

ଏହା କେଶ ପାଇଁ ମଧ୍ୟ ଖୁବ ଉପକାରୀ । ପ୍ରଥମେ କଫିକୁ ଜଳରେ ଫୁଟାନ୍ତୁ । ଏହା ସାମାନ୍ୟ ଗରମ ହେବାପରେ ଏହାକୁ କେଶ ମୂଳରେ ଲଗାନ୍ତୁ । ଏହାପରେ ସାୱାର କ୍ୟାପ ଲଗାଇ ଅଧ ଘଂଟା ଛାଡ଼ି ଦିଅନ୍ତୁ । ଏହାପରେ ଧୀରେ ଧୀରେ ଧୁଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More