Only for Entertainment

ଘରେ ପ୍ରସ୍ତୁତ କରନ୍ତୁ କୋଲା ଟମାରିଣ୍ଡ ଚିକେନ ।

Jagbani - Punjab Kesari
0 36

ଯଦି କିଛି ଚଟପଟା ଖାଇବାକୁ ଇଛା କରୁଛନ୍ତି ତ ଏହି ଡିସ ଆପଣଙ୍କୁ ଖୁବ ପସନ୍ଦ ଆସିବ । ଏହାକୁ ଥରେ ଖାଇଲେ ପୁଣିଥରେ ଖାଇବାକୁ ଆପଣ ଇଛା କରିବେ । ଆସନ୍ତୁ ଜାଣିବେ ଏହାକୁ କିପରି ପ୍ରସ୍ତୁତ କରିବେ ।

ଆବଶ୍ୟକୀୟ ସାମଗ୍ରୀ- ତେନ୍ତୁଳି ପେଷ୍ଟ ୫୫ ଗ୍ରାମ,ଅଦା ଓ ରସୁଣ ପେଷ୍ଟ ୧ ଚାମଚ,ଚିଲି ଫ୍ଲେକ୍ସ ୧ ଚାମଚ,ମିକ୍ସଡ ହର୍ବସ ୧ ଚାମଚ,ଗରମ ମସଲା ୧ ଚାମଚ,ଲଙ୍କା ଗୁଣ୍ଡ ୧ ଚାମଚ,ଲୁଣ ୧ ଚାମଚ,ଗୋଲମରିଚ ଗୁଣ୍ଡ ୧/୪ ଚାମଚ,କାର୍ବୋନେଟେଡ ସଫ୍ଟ ଡ୍ରିଙ୍କ ୨୨୦ ମିଲି,ବୋନଲେସ ଚିକେନ ୫୦୦ ଗ୍ରାମ,ତେଲ ୨ ଚାମଚ ।

ପ୍ରଥମେ ତେଲ ଓ ଚିକେନକୁ ଛାଡ଼ି ଅନ୍ୟ ସମସ୍ତ ଜିନିଷକୁ ମିଶାନ୍ତୁ । ଏହାପରେ ଚିକେନ ପକାଇ ଅଧ ଘଂଟା ପାଇଁ ମ୍ୟାରିନେଟ ହେବା ପାଇଁ ଛାଡ଼ି ଦିଅନ୍ତୁ ।

ପ୍ୟାନରେ ୨ ଚାମଚ ତେଲ ପକାଇ ମ୍ୟାରନେଟେଡ ଚିକେନକୁ ପକାଇ ଦୁଇ ପାଶ୍ୱର୍କୁ ଭଲ ଭାବରେ ଓଲଟାଇ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଡ଼ନ୍ତୁ । ଏବେ ଏହାକୁ ଗରମ ଗରମ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More