Only for Entertainment

ପୁଣିଥରେ ପରଦାକୁ ଫେରୁଛି ସବ୍ୟସାଚୀ-ଏଲିନାଙ୍କ ଜବରଦସ୍ତ ଯୋଡି !

23

ଚଳିତ ବର୍ଷ ପୁଣିଥରେ ଏକ ବିଗ ବ୍ୟାନରରେ ନଜର ଆସିବେ ସବ୍ୟସାଚୀ-ଏଲିନା । ପ୍ରଥମ ଫିଲ୍ମ ‘ମାଲ ମହୁ ଜୀବନ ମାଟି, ଓ ‘ଭାଗ୍ୟର ନୋ ଏଂଟ୍ରି ଗ୍ୟାରେଂଟି’ ଏହି ଫିଲ୍ମରେ ସବ୍ୟସାଚୀଙ୍କ ବିପକ୍ଷରେ ନଜର ଆସିବେ ନାୟିକା ଏଲିନା । ଗତବର୍ଷ ଦର୍ଶକ ଏହି ଯୋଡିଙ୍କୁ ଦୁଇଟି ଫିଲ୍ମରେ ଦେଖିଥିଲେ । ଫିଲ୍ମରେ ଦର୍ଶକ ଯୋଡିକୁ ଖୁବ ପସନ୍ଦ ମଧ୍ୟ କରିଥିଲେ । ତେବେ ଏହି ଯୋଡି ତୃତୀୟ ଥର ଲାଗି ନଜର ଆସିବାକୁ ଯାଉଛନ୍ତି ।

ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ରମେଶ ରାଉତ । ଫିଲ୍ମରେ ସଂଳାପ ଲେଖିଛନ୍ତି ଡ. ନିର୍ମଳ ନାୟକ ଏବଂ ଏଥିରେ ସଂଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିଜିତ ମଜୁମଦାର । ତେବେ ଏହି ଫିଲ୍ମର ସୁଟିଂ ଏବେ ଶେଷ ପର୍ଯ୍ୟାୟରେ ରହିଛି । ତେବେ ଅନୁମାନ ହେଉଛି ଯେ ଖୁବ ଶୀଘ୍ର ଏହା ପରଦାରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More