Only for Entertainment

୯ ବର୍ଷ ପରେ ଫେରିବ ଅକ୍ଷୟ କୁମାର ଏବଂ କରୀନା କପୁରଙ୍କ ଯୋଡ଼ି ।

amarujala
0 34

କରଣ ଜୋହରଙ୍କ ଧର୍ମା ପ୍ରଡ଼କ୍ସନରେ ଫେରିବ ଅକ୍ଷୟ ଏବଂ କରୀନାଙ୍କ ଯୋଡ଼ି । ଫିଳ୍ମର ଟାଇଟଲ ଏପର୍ଯ୍ୟନ୍ତ ଠିକ ହୋଇନାହିଁ କିନ୍ତୁ ଅକ୍ଷୟଙ୍କୁ ଫିଳ୍ମର କାହାଣୀ ପସନ୍ଦ ଆସିଛି ଏବଂ ଖୁବଶୀଘ୍ର ସେ ଏହି ଫିଲ୍ମକୁ ଲକ କରିବେ । ଫିଲ୍ମରେ ସେ କରୀନା କପୁରଙ୍କ ପତି ଭୂମିକାରେ ନଜର ଆସିବେ ।

ଅକ୍ଷୟ ଏବଂ କରୀନାଙ୍କ ବ୍ୟତୀତ ଫିଲ୍ମରେ ଦିଲଜିତ ଦୋସାଂଝା ଏବଂ କିୟାରା ଆଡ଼ବାନିଙ୍କ ଯୋଡ଼ି ମଧ୍ୟ ନଜର ଆସିବ । ଏହି ଫିଲ୍ମ ଦୁଇଜଣ କପଲ୍ସଙ୍କ କାହାଣୀକୁ ନେଇ ନିର୍ମାଣ କରାଯିବ ।

କହିରଖୁଛୁଯେ ଏହା ପୂର୍ବରୁ କରୀନା ଅକ୍ଷୟଙ୍କ ‘ରାଓଡ଼ି ରାଠୋର’ ଏବଂ ‘ଗବର ଇଜ ବ୍ୟାକ’ରେ କ୍ୟାମିଓ କରି ସାରିଛନ୍ତି କିନ୍ତୁ ଏହି ପ୍ରସିଦ୍ଧ ହିରୋଇନଙ୍କର ଅକ୍ଷୟଙ୍କ ସହିତ ୯ ବର୍ଷ ପରେ ପ୍ରଥମ ଫିଲ୍ମ ହେବ । ଶେଷ ଥର ଦୁଇଜଣ କମବଖ୍ତ ଇସ୍କରେ ନଜର ଆସିଥିଲେ ।

ବୀରେ ଦି ୱେଡିଙ୍ଗରେ ଗ୍ଲାମରସ ଲୁକରେ କମବ୍ୟାକ କରିଥିବା କରୀନା ଏହି ଫିଲ୍ମରେ ମା ଚରିତ୍ରରେ ନଜର ଆସିବେ । ଶୁକ୍ରବାର ଦିନ ଦିଲଜିତଙ୍କ ‘ସୁରମା’ ରିଲିଜ ହୋଇଛି । ଫିଲ୍ମ ବକ୍ସ ଅଫିସରେ ସାନଦାର ଇନକମ କରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More