Only for Entertainment

ଏହି ଫିଲ୍ମ ଜରିଆରେ ତିନି ବର୍ଷ ପରେ ପୁଣିଥରେ ଓଲିଉଡ ପରଦାକୁ ଫେରୁଛନ୍ତି କୋଏଲ

facebook
37

ପ୍ରାୟ ତିନି ବର୍ଷ ପରେ ପରଦାକୁ ଫେରିଛନ୍ତି ଓଲିଉଡ ନାୟିକା କୋଏଲ୍‍ । ହଁ କୋଏଲ ବାନାର୍ଜୀଙ୍କ ଏକ ନୂଆ ଓଡ଼ିଆ ସିନେମା ମୁକ୍ତିଲାଭ କରୁଛି । ଏହି ସିନେମାରେ ଟାଇଟଲ ହେଲା ‘ଦୀପୁ ଦ ଡ୍ୟାନ୍ସ ବୟ’ । ଏହି ଫିଲ୍ମରେ ପୁଣି ନବାଗତ ନାୟକଙ୍କ ବିପକ୍ଷରେ ଦେଖା ଦେଉଛନ୍ତି କୋଏଲ । ଏହି ନୂଆ ନାୟକ ଜଣକ ହେଲେ ମନୋଜ ରାଉତ ।

ଓଲିଉଡ ନାୟିକା କୋଏଲ୍‍ ତାଙ୍କର ପ୍ରଥମ ସିନେମା ‘ତୁ ଥା ମୁଁ ଯାଉଛି ଋଷି’ରେ ଅରିନ୍ଦମଙ୍କ ସହ ନଜର ଆସିଥିଲେ । ଅନାମ ଚରଣ ସାହୁଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ‘ମନ ମୋର ପ୍ରଜାପତି’ରେ ନବାଗତା ନାୟକ ଦୀପକଙ୍କ ବିପକ୍ଷରେ ନାୟିକା ବନିଥିଲେ କୋଏଲ୍‍ । ଏହି ପ୍ରେମ କାହାଣୀ ଭିତ୍ତିକ ଛବିରେ ଦିପକ-କୋଏଲଙ୍କ ଯୋଡ଼ି ମଧ୍ୟ ଜମି ଯାଇଥିଲେ । ଏହା ପରେ ସେ ଅନେକ ଫିଲ୍ମରେ କାମ କରିଛନ୍ତି ଏବଂ ଓଡିଆ ଦର୍ଶକ ମଧ୍ୟ ତାଙ୍କୁ ଖୁବ ପସନ୍ଦ କରିଛନ୍ତି ।

ବିବାହ ପରେ ସେ ଆଉ ପରଦାରେ ନଜର ଆସିବେ କି ନାହିଁ ତାକୁ ନେଇ ଦର୍ଶକ ଆଶଙ୍କାରେ ଥିବା ବେଳେ କୋଏଲ୍‍ ପ୍ରଖ୍ୟାତ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ଶେଷ ସିନେମା ‘ଓମ୍‍ ସାଇରାମ୍‍’ରେ ନାୟିକା ଭୂମିକା ନିଭାଇ ସମସ୍ତଙ୍କୁ ବିସ୍ମିତ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More