Only for Entertainment

କମବ୍ୟାକ କରୁଛନ୍ତି ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ, ହାତରେ ରହିଛି ଅନେକ ଫିଲ୍ମର ଅଫର ।

insta pic
51

ଓଲିଉଡ଼ର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଏବେ ସିନେମାରେ ଖୁବ ସକ୍ରିୟ ହେଲେଣି । ସେ ଏବେ ଏକ ଜୁଏଲାରୀ ବିଜ୍ଞାପନରେ ନଜର ଆସୁଛନ୍ତି । ଏଥିପାଇଁ ବେଶ ଚର୍ଚ୍ଚାରେ ରହିଛନ୍ତି ଅନୁ ଚୌଧୁରୀ । ଏବେ ଅନୁ ତାଙ୍କର ଆଗାମୀ ସିନେମାକୁ ନେଇ ବି କମ ଚର୍ଚ୍ଚାରେ ନାହାନ୍ତି । ତାଙ୍କର ଆଗାମୀ ସିନେମା ମଧ୍ୟରେ ରହିଛି ‘ନାୟକର ନାଁ ଦେବଦାସ’ । ମୃତ୍ୟୁଞ୍ଜୟ ସାହୁ (ବାପି)ଙ୍କ ନିର୍ଦ୍ଦେଶିତ ଏହି ଓଡ଼ିଆ ଚଳଚ୍ଚିତ୍ରରେ ଅନୁ ଚୌଧୁରୀଙ୍କୁ ଦର୍ଶକ ଚନ୍ଦ୍ରମୁଖୀ ଭୂମିକାରେ ଦେଖିବାକୁ ପାଇବେ । ପ୍ରଖ୍ୟାତ ଔପନ୍ୟାସିକ ଶରତ ଚନ୍ଦ୍ରଙ୍କ ରଚିତ ବହୁଚର୍ଚ୍ଚିତ ଉପନ୍ୟାସ ଉପରେ ଆଧାରିତ ଏହି ଓଡ଼ିଆ ଫିଲ୍ମରେ ଅନୁ ଚୌଧୁରୀଙ୍କ ବ୍ୟତୀତ ଭୂମିକା ଦାଶ, ଅସିତ, ବିଜୟ ମହାନ୍ତି, ବବି ମିଶ୍ର ଓ ଅପରାଜିତା ପ୍ରମୁଖ ଅଭିନୟ କରିଛନ୍ତି । ଏହି ସିନେମାରେ ଅନୁ ଚୌଧୁରୀଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ‘ନାୟକର ନାଆଁ ଦେବଦାସ’ ରିଲିଜ ପାଇଁ ପ୍ରସ୍ତୁତ ହେଉଛି ।

anu1

ଏହି ସିନେମା ବ୍ୟତୀତ ଅନୁ ଚୌଧୁରୀ ଅନ୍ୟ ଏକ ଓଡ଼ିଆ- ତେଲୁଗୁ ଦ୍ୱିଭାଷୀ ଫିଲ୍ମରେ ବି ଆସୁଛନ୍ତି । ଏହି ସିନେମାର ଟାଇଟଲ ହେଲା ‘ପାଟନାଗଡ’ । ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ବି ଅନୁଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ବଲିଉଡ ଅଭିନେତା ଅତୁଲ କୁଲକର୍ଣ୍ଣୀ ଓଲିଉଡ ଅଭିନେତା ମନୋଜ ମିଶ୍ର ଓ ତନ୍ମୟ ମିଶ୍ର ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ପାଇବେ ଦର୍ଶକ । ଏହାଛଡା ଅନୁ ଚୌଧୁରୀ ‘ରକ୍ତ ଚିହ୍ନେ ରକ୍ତକୁ’ ଟାଇଟଲରେ ନିର୍ମାଣଧୀନ ଅନ୍ୟ ଏକ ଓଡ଼ିଆ ସିନେମାରେ ଅଭିନୟ କରିବେ ବୋଲି ବେଶ କିଛି ଦିନ ଧରି ଚର୍ଚ୍ଚା ହେଉଛି । ଏତଦବ୍ୟତୀତ ଅନୁଙ୍କ ହାତରେ ଅନ୍ୟ ଓଡ଼ିଆ ସିନେମାର ଅଫର ଥିବା ମଧ୍ୟ ଜଣାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More