Only for Entertainment

କାହିଁକି ଶୁଭ କାର୍ଯ୍ୟରେ ଶଙ୍ଖ ଫୁଙ୍କାଯାଏ?

164

ଘରେ ହେଉ ବା ମନ୍ଦିରରେ ପୂଜା କରିବା ସମୟରେ ସମସ୍ତେ ଶଙ୍ଖ ଫୁଙ୍କନ୍ତି । କାରଣ ଶଙ୍ଖ ଫୁଙ୍କିବାକୁ ଶୁଭ ବୋଲି କୁହାଯାଏ ।  ଶଙ୍ଖ ଧ୍ୱନିକୁ  ଶୁଭ ବୋଲି କୁହାଯାଏ । କିନ୍ତୁ, ଆପଣ ଜାଣିଛନ୍ତି କି, ଆମେ ଧାର୍ମିକ କାର୍ଯ୍ୟରେ ଶଙ୍ଖ କାହିଁକି ବଜାଇଥାଉ। ତେବେ ଆସନ୍ତୁ ଜାଣିବା ଏହା ପଛର କ’ଣ କାରଣ ।

 

ଶାସ୍ତ୍ରରେ କୁହାଯାଇଛି ଯେ, ଶଙ୍ଖ ଧ୍ୱନି ଶତ୍ରୁଙ୍କୁ ଦୁର୍ବଳ କରିବା ପାଇଁ ବ୍ୟବହାର କରାଯାଏ। ଏହି ଶବ୍ଦ ଶୁଣି ଶତ୍ରୁ ଦୁର୍ବଳ ହୋଇଥାନ୍ତି। ପୂରାଣ ଅନୁସାରେ, ଯେଉଁ ବ୍ୟକ୍ତି ପୂଜା ସମୟରେ ଶଙ୍ଖ ବଜାଇଥାଏ ତାର ସବୁ ପାପ ନଷ୍ଟ ହୋଇଯାଏ।

 

ଆମେ ଘରେ ଶଙ୍ଖ ଭିତରେ ପାଣି ରଖି ମଧ୍ୟ ପୂଜା କରିଥାଉ। ଏହା ପଛରେ ମଧ୍ୟ ଏକ ମାନ୍ୟତା ରହିଛି। କୁହାଯାଏ ଶଙ୍ଖ ଭିତରେ ଥିବା ପାଣିରେ କୀଟାଣୁନାଶକ ଶକ୍ତି  ରହିଥାଏ। ଯାହାକୁ ଆମେ ଘରେ ସିଞ୍ଚନ କଲେ କୀଟାଣୁ ନାଶ ହୋଇଥାନ୍ତି। ଏହି ଶଙ୍ଖ ପାଣି ଆମ ଶରୀର ପାଇଁ ମଧ୍ୟ ବହୁତ ଭଲ ହୋଇଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More