Only for Entertainment

ଜୱାନଙ୍କ ସହୀଦରେ ମର୍ମାହତ ଓଡ଼ିଆ, ପ୍ରତ୍ୟେକ ସ୍ଥାନରେ ଚାଲିଛି ଶୋକସଭା ।

kanak lifestyle
197

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ମର୍ମାହତ । ସମସ୍ତଙ୍କ ଆଖିରେ ଲୁହ ଏବଂ ଛାତିରେ କୋହ । କହିବାକୁ ଶବ୍ଦ ନାହିଁ । ବୁଝିବା ପାଇଁ ସମୟ ନାହିଁ । ହୃଦୟରେ ଜଳୁଛି କେବଳ ପ୍ରତିଶୋଧର ନିଆଁ । ଏହି ମଧ୍ୟରେ ସାରା ଦେଶ ଜୱାନଙ୍କୁ ଆହ୍ୱାନ ଦେଉଛି । ସିଂହ ହୁଙ୍କାର ଦେବା ଭଳି ରକ୍ତଚାଉଳ ଚୋବାଉଛନ୍ତି ପ୍ରତ୍ୟେକଟି ଭାରତୀୟ । ସମସ୍ତଙ୍କର ଗୋଟିଏ ଅଭିଳାଷ ଆତଙ୍କବାଦୀ ମଲେ ଆମେ ଖୁସି ହେବୁ । ଗତକାଲି ସ୍ୱର୍ଗ ଦ୍ୱାରରେ ପାକିସ୍ତାନର ପତାକାକୁ ପୋଡ଼ି ଦିଆଯାଇଛି ।

 

କେବଳ ସେତିକି ନୁହେଁ ପ୍ରତ୍ୟେକଟି ସ୍ଥାନରେ ଏକତ୍ରିତ ହୋଇ ଶୋକ ସଭା କରାଯାଉଛି । ସେ କାର୍ଯ୍ୟାନୁଷ୍ଠାନ ହେଉ ବା ଶିକ୍ଷାନୁଷ୍ଠାନ । ବଲିଉଡ ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ସହୀଦଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ଅବଶ୍ୟ ଯେତେ ଟଙ୍କା ଦେଲେ ମଧ୍ୟ ସେମାନଙ୍କ ହଜି ଯାଇଥିବା ଧନ କେବେ ମଧ୍ୟ ପୂରଣ ହୋଇପାରିବ ନାହିଁ । କିନ୍ତୁ ସେମାନଙ୍କୁ ସମ୍ମାନ ଜଣାଇ କିଛି ମୁହୂର୍ତ୍ତର ଶୋକ ସଭା କରାଯାଉଛି ।

ଗତକାଲି ଭାରତ ବନ୍ଦକୁ ଖୁବ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯାଇଛି । ଏଥିରୁ ସ୍ପଷ୍ଟ ବାରି ହୋଇଯାଉଛିଯେ ଆମ ସମସ୍ତଙ୍କ ମନ ଗୋଟିଏ । ତେବେ ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ଜୱାନଙ୍କୁ ସମ୍ମାନ ଜଣାଇ ସେମାନଙ୍କର ଅମର ଆତ୍ମା ପାଇଁ ଶୋକସଭା ଆୟୋଜନ କରାଯାଉଛି । ଗତକାଲି ଭୁବନେଶ୍ୱରର ରସୁଲଗଡ଼ରେ ନାରାୟଣୀ ମୋଟର୍ସରେ ଦେଖିବାକୁ ମିଳିଥିଲା ଜୱାନ ମାନଙ୍କ ପାଇଁ ଶୋକସଭା । ଏହା ପୂର୍ବରୁ ରାମ ମନ୍ଦିର ଠାରୁ ଆରମ୍ଭ କରି ମାଷ୍ଟର କ୍ୟାଂଟିନ ପର୍ଯ୍ୟନ୍ତ ବିିଭନ୍ନ ସ୍ଥାନରେ ଏହି ଦୃଶ୍ୟ ନଜର ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More