Only for Entertainment

କଣ୍ଡକ୍ଟରରୁ ମଡେଲ ଏବଂ ତା’ ପରେ ପ୍ରସିଦ୍ଧ ସିଙ୍ଗର

punjabkeshari
46

ହିମାଚଳ ପ୍ରଦେଶରେ ଏଚଆରଟିସିରେ ଉନା ଡିପୋରେ ଜଣେ କଣ୍ଡକ୍ଟର ଋଷି ଶର୍ମା ନିଜ ସ୍ୱପ୍ନକୁ ପୂରଣ କରିବା ଦିଗରେ ପାଦ ଆଗକୁ ବଢାଇ ସାରିଛନ୍ତି । ପିଲାଟି ଦିନରୁ ତାଙ୍କୁ ମଡେଲିଂ ଏବଂ ଗୀତ ଗାଇବା ପ୍ରତି ଦୁର୍ବଳତା ଥିଲା । ଯେଉଁଥିପାଇଁ ସେ ଏକ ପଂଜାବୀ ଗୀତ ମାଧ୍ୟମରେ ପଂଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଛନ୍ତି । ତାଙ୍କର ପ୍ରଥମ ଗୀତ ଏବେ ଖୁବ ଚହଳ ସୃଷ୍ଟି କରିଛି । ଗୋଟିଏ ସପ୍ତାହରେ ପ୍ରାୟ ୩ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

ଏହି ଗୀତ ପରେ ସେହି ବ୍ୟକ୍ତି ଆଉ ତିନୋଟି ଗୀତ ଉପରେ କାମ କରୁଛନ୍ତି । ସେ କାଙ୍ଗଡ଼ାର ଛୋଟ ଗାଁ ସିଦୁ ଥୁରଲର ଅଧିବାସୀ । ତାଙ୍କ ବାପା ବିଏସଏଫରେ କାର୍ଯ୍ୟରତ । ଋଷିଙ୍କ ବାପା ମା ତାଙ୍କୁ ମେକାନିକାଲ ଇଂଜିନିୟର କରିବାକୁ ଚାହୁଁଥିଲେ, ତେଣୁ ସେ ମେକାନିକାଲ ଇଂଜିନିୟରି ମଧ୍ୟ ପଢିଲେ । କିନ୍ତୁ ଏହାପରେ ଚାକିରି ନମିଳିବାରୁ ଏଚଆରଟିସିରେ ସେ କଣ୍ଡକ୍ଟର ଭାବରେ କାମ କଲେ । କଣ୍ଡକ୍ଟର ଥିବା ପରେ ମଧ୍ୟ ସେ ତାଙ୍କ ସ୍ୱପ୍ନ ପୂରଣ କରିବାକୁ ପଛଘୁଂଚା ଦେଲେ ନାହିଁ ।

କୁହାଯାଏଯେ ଦୁଇ ବର୍ଷ ହେବ କଣ୍ଡକ୍ଟର କାମ କରିବା ସହିତ ଋଷି ଛୋଟ ଛୋଟ ଗୀତରେ ମଡେଲ ଭାବରେ କାମ କଲେ । ଏହାପରେ ଋଷିଙ୍କ ସାଙ୍ଗ ଏକ ଗୀତ ଲେଖିଥିଲେ ଯାହାକୁ ନେଇ ଋଷି ସୁଟିଂ ଆରମ୍ଭ କରିଦେଲେ । ଏହି ଗୀତ ବସ କଣ୍ଡକ୍ଟର ଉପରେ ଲେଖାଯାଇଛି ଏବଂ ଏହି ଗୀତ ବର୍ତ୍ତମାନ ଋଷିଙ୍କୁ ଷ୍ଟାର କରି ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More