Only for Entertainment

ଦୀର୍ଘ ଦିନ ପରେ ଅକ୍ଷୟ କୁମାରଙ୍କ ଫିଲ୍ମରେ କ୍ୟାଟ୍ରିନା କୈଫ, ସୂର୍ଯ୍ୟବଂଶୀ ଗର୍ଲ ଚରିତ୍ରରେ… ।

bollywood tadka
19

ଗତବର୍ଷ ରିଲିଜ ହୋଇଥିବା ରୋହିତ ସେଟ୍ଟୀଙ୍କ ଫିଲ୍ମ ସିମ୍ବା ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରିଥିଲା । କପଡ୍ରାମା ଫିଲ୍ମକୁ ସିନେମାପ୍ରେମୀ ଖୁବ ପସନ୍ଦ କଲେ । ସିମ୍ବା ପୂର୍ବରୁ ରୋହିତ ସେଟ୍ଟୀ ଅଜୟ ଦେବଗନ ଷ୍ଟାରର ଫିଲ୍ମ ସିଙ୍ଘମକୁ ନିର୍ଦ୍ଦେଶନା ଦେଇଥିଲେ । ଅଜୟ ଏବଂ ରଣବୀର ସିଂଙ୍କ ପରେ ରୋହିତ ସେଟ୍ଟୀ ଅକ୍ଷୟ କୁମାରଙ୍କ ସହିତ ନେଇ ଆସୁଛନ୍ତି କପ ଡ୍ରାମା ଫିଲ୍ମ ସୂର୍ଯ୍ୟବଂଶୀ ।

ଅକ୍ଷୟ କୁମାର ଇଂଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ସେ କ୍ୟାଟ୍ରିନା କୈଫ, କରଣ ଜୋହର ଏବଂ ରୋହିତ ସେଟ୍ଟୀଙ୍କ ସହିତ ନଜର ଆସିଛନ୍ତି । କ୍ୟାପ୍ସନରେ ଅକ୍ଷୟ କ୍ୟାଟ୍ରିନାଙ୍କୁ କପ ଡ୍ରାମା ଫିଲ୍ମକୁ ସ୍ୱାଗତ କରିଛନ୍ତି ।

ଏହା ପୂର୍ବରୁ ମଧ୍ୟ କ୍ୟାଟ୍ରିନା କୈଫ ଏବଂ ଅକ୍ଷୟ କୁମାର କେତେକ ଫିଲ୍ମରେ ଏକା ସାଙ୍ଗରେ ନଜର ଆସି ସାରିଛନ୍ତି । ଦୁଇଜଣଙ୍କ ଯୋଡ଼ିକୁ ପରଦାରେ ଖୁବ ପସନ୍ଦ କରାଯାଇଛି । ଏବେ ଦୀର୍ଘ ଦିନ ପରେ ଦୁଇଜଣଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ମିଳିବ । ସୂର୍ଯ୍ୟବଂଶୀ ୨୦୨୦ରେ ଇଦ ଉପଲକ୍ଷେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More