Only for Entertainment

ଦୀର୍ଘ ୨୯ ବର୍ଷ ପରେ ପରଦାକୁ ଆସିବ ଆମୀର-ମାଧୁରୀଙ୍କ ଫିଲ୍ମ ‘ଦିଲ୍’ର ସିକ୍ୱଲ

YouTube
121

ଦୀର୍ଘ ୨୯ ବର୍ଷ ପରେ ତିଆରି ହେବାକୁ ଯାଉଛି ଆମୀର ଖାନ ଓ ମାଧୁରୀ ଦୀକ୍ଷିତ ଅଭିନିତ ସୁପରହିଟ ହିଟ ଫିଲ୍ମ ‘ଦିଲ’ର ସିକ୍ୱଲ । ଏହି ସିନେମାଟି ୧୯୯୦ ମସିହାରେ ରିଲିଜ ହୋଇଥିଲା । ସିନେମାଟି ସେତବେଳେ ସୁପରହିଟ ହେବା ସହିତ ଏହାର ସଙ୍ଗୀତ ଖୁବ୍‍ ଲୋକପ୍ରିୟ ହୋଇଥିଲା । କିଛି ଦିନ ତଳେ ଏହି ସିନେମାର ନିର୍ମାଣ ହେବ କି ନାହିଁ ବୋଲି ଅନିଶ୍ଚିତତା ଦେଖାଦେଇଥିବାବେଳେ ବର୍ତ୍ତମାନ କିନ୍ତୁ ଫିଲ୍ମର ନିର୍ଦ୍ଦେଶକ ଇନ୍ଦ୍ର କୁମାର ଏହାର ସିକ୍ୱଲ ନିର୍ମାଣକୁ ନେଇ ଗ୍ରୀନ ସିଗନାଲ ଦେଇଛନ୍ତି । ଏହି ସିନେମାର ନାଁ ମଧ୍ୟ ‘ଦିଲ’ ରହିବ ।

ଫେବୃଆରୀ ୨୨ରେ ରିଲିଜ ହେବାକୁ ଥିବା ଟୋଟାଲ ଧମାଲ ଫିଲ୍ମର ପ୍ରମୋଶନ ଅବସରରେ ଇନ୍ଦ୍ର କୁମାର ଏ ବିଷୟରେ କହିଥିଲେ କି, ବହୁତ ଶୀଘ୍ର ଆମେ ହିଟ୍‍ ଫିଲ୍ମ ‘ଦିଲ’ର ସିକ୍ୱଲ ତିଆରି କରିବାକୁ ଯାଉଛୁ । ସେ କହିଛନ୍ତି କି, ଦୀର୍ଘଦିନ ଧରି ଆମେ ଏହି ସିନେମାର ସିକ୍ୱଲ ତିଆରି କରିବାକୁ ଚିନ୍ତା କରୁଥିଲୁ କିନ୍ତୁ ଗୋଟିଏ ଭଲ ସ୍କ୍ରିପ୍ଟକୁ ଅପେକ୍ଷା କରିଥିଲୁ । ଏବେ ଏହି ସିନେମା ପାଇଁ ସ୍କ୍ରିପ୍ଟ ଫାଇନାଲ ହୋଇସାରିଛି ।

ଏହି ସିନେମାର ଘୋଷଣା ପରେ ଏବେ ଏହାର ଷ୍ଟାରକାଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୯୯୦ରେ ଏଥିରେ ଆମୀର ଖାନ ଓ ମାଧୁରୀଙ୍କ ଭଳି ରେମାଂଟିକ ଯୋଡି ଅଭିନୟ କରିଥିବା ବେଳେ ଏବେ ଏହାର ସିକ୍ୱଲ ପାଇଁ ଅଭିନେତା ଓ ଅଭିନେତ୍ରୀ ସ୍ଥିର ହୋଇ ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More