Only for Entertainment

ପୁଣିଥରେ ମୁକେଶ ଅମ୍ବାନୀଙ୍କ ଘରେ ବାଜିବ ଶାହାନାଇ, ଝିଅକୁ ବିଦା କରିବା ପରେ ବେହୂକୁ କରିବେ ସ୍ୱାଗତ

vogue
40

ଭାରତର ଜଣାଶୁଣା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘରେ ପୁଣିଥରେ ବାଜିବାକୁ ଯାଉଛି ଶାହାନାଇ । ଝିଅ ଇଶା ଅମ୍ବାନୀଙ୍କ ପରେ ପୁଅ ଆକାଶ ଅମ୍ବାନୀ ଓ ଶ୍ଲୋକା ଅମ୍ବାନୀଙ୍କ ବାହାଘର ତାରିଖ ଏବେ ସାମ୍ନାକୁ ଆସିଛି। ତାଜା ଖବର ଅନୁଯାୟୀ ମୁକେଶ ଅମ୍ବାନୀ ଓ ଶ୍ଲୋକା ମେହେଟ୍ଟା ଆଗାମୀ ମାର୍ଚ୍ଚ ୯ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ।

akash

ଏହି ବିବାହ ଉତ୍ସବ ମୁମ୍ବାଇର ଜିଓ ଓ୍ଵାର୍ଲଡ ସେଣ୍ଟରରେ ତିନି ଦିନ ଯାଏଁ ଚାଲିବ। ଆକାଶ ଅମ୍ବାନୀ ବରଯାତ୍ରୀଙ୍କ ଗହଣରେ ଅପରାହ୍ନ ସାଢେ ତିନିଟା ସମୟରେ ଜିୟୋ ସେଣ୍ଟରରେ ପ୍ରବେଶ କରିବେ। ବିବାହ ପରେ ମାର୍ଚ୍ଚ ୧୦ରେ ଆକାଶ ଏବଂ ଶ୍ଲୋକାଙ୍କ ବିବାହ ସେଲିବ୍ରେସନ ପାର୍ଟି ରଖାଯିବ । ଏହି ଫଙ୍କସନ୍ ମଧ୍ୟ ଜିୟୋ ଓ୍ଵାର୍ଲଡ ସେଣ୍ଟରରେ ଆୟୋଜିତ ହେବ।

 

ଏହାପରେ ମାର୍ଚ୍ଚ ୧୧ ତାରିଖରେ ରିସେପ୍ସନ୍ ପାର୍ଟି ଦିଆଯିବ। ଏଥିରେ ପରିବାର ଲୋକ ଓ କେବଳ ଅନ୍ତରଙ୍ଗ ବନ୍ଧୁମାନେ ସାମିଲ ହେବେ। ଏହା ବି ଜିୟୋ ସେଣ୍ଟରରେ ଆୟୋଜିତ ହେବ। ବିବାହ ପୂର୍ବରୁ ଆକାଶ ନିଜର ସାଙ୍ଗମାନଙ୍କ ପାଇଁ ସୁଇଜରଲାଣ୍ଡରେ ବ୍ୟାଚେଲର ପାର୍ଟି ଦେବେ। ଏଥିରେ ବଲିଉଡର ସେଲିବ୍ରିଟି ରଣବୀର କପୁର ଓ କରଣ ଜୋହର ମଧ୍ୟ ସାମିଲ ହେବେ। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୮ ଜୁନ୍ ମାସରେ ଆକାଶ ଓ ଶ୍ଳୋକାଙ୍କର ନିର୍ବନ୍ଧ ହୋଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More