Only for Entertainment

ଲଭ ଷ୍ଟୋରୀ ଉପରେ ମୋହର ଲଗାଇଲେ କୃତି ଖରବନ୍ଦା, ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍

insta pic
37

ଅଭିନେତା କୃତି ଖରବନ୍ଦା ଏବଂ ଅଭିନେତା ପୁଲକିତ ସମ୍ରାଟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ କିଛି ଦିନରୁ ଗୁଜବ ଚର୍ଚ୍ଚାରେ ରହିଛି । ଏବେ ଅଭିନେତ୍ରୀ କୃତି ଖରବନ୍ଦା ଏହି ଗୁଜବ ଉପରେ ମୋହର ଲଗାଇଛନ୍ତି । କୃତି କହିଛନ୍ତି, ‘ ନା ଏହା ଗୁଜବ ନୁହେଁ ଆମେ ପରସ୍ପରକୁ ଡେଟ୍ କରୁଛୁ । ସତ କହିବାକୁ ଗଲେ ମୁଁ ଚାହୁଁଥିଲି ମୋ ପିତା ମାତା ପ୍ରଥମେ ଜଣନ୍ତୁ ମୁଁ କାହାକୁ ଡେଟ କରୁଛି । କିନ୍ତୁ ମୋତେ ଲାଗୁଛି ପ୍ରତ୍ୟେକ ଜିନିଷର ଗୋଟିଏ ନିଦ୍ଧିଷ୍ଟ ସମୟ ଥାଏ ଯାହା ପରିସ୍ଥିତିକୁ ଖୁବ ସହଜ କରିଦିଏ ।’

 

View this post on Instagram

 

It’s in the eyes. Always in the eyes. 🌞

A post shared by Kriti Kharbanda (@kriti.kharbanda) on

ଇ-ଟାଇମ୍ସ ସାକ୍ଷାତକାର ଦେଇ କୃତି ଆଗକୁ କହିଛନ୍ତି, ‘କେବେ ରିଲେସନସିପରେ ପାଂଚ ବର୍ଷ ଲାଗିଥାଏ ତ କେବେ ପାଂଚ ମାସ । ଆମକୁ ପାଂଚ ମାସ ସମୟ ଲାଗିଥିଲା । କିନ୍ତୁ ମୁଁ ଖୁସି ଅଛି ଏବଂ ମୋତେ ସଙ୍କୋଚ ନାହିଁ ଯେ ପୁଲକିତ ସମ୍ରାଟଙ୍କୁ ଡେଟ କରୁଛି ।’

 

View this post on Instagram

 

For #Pagalpanti promotions DAY 1! Let’s the Pagalpanti begin!! Styled by @theanisha 📸: @kvinayak11 Wearing @anujmadaanofficial

A post shared by Pulkit Samrat (@pulkitsamrat) on

ନିଜର ଆଗାମୀ ଫିଲ୍ମ ‘ପାଗଳପନ୍ତି’ର ରିଲିଜ ପୂର୍ବରୁ ହିଁ କୃତି ଏହା ସ୍ୱିକାର କରୁଛନ୍ତି । ଫିଲ୍ମରେ କୃତି ଏବଂ ପୁଲକିତ ସମ୍ରାଟ କପଲ ଭାବେ ନଜର ଆସିବେ । ଫିଲ୍ମରେ ଦୁହିଁଙ୍କ ବ୍ୟତିତ ଜନ ଆବ୍ରାହମ, ଇଲିଆନା ଡିକ୍ରୁଜ, ଅର୍ଶଦ ବାର୍ସୀ, ଉର୍ବଶୀ ରୌତେଲା ଏବଂ ଅନୀଲ କପୁର ଆଦି ନଜର ଆସିବେ । ଫିଲ୍ମ ୨୨ ନଭେମ୍ବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More