Only for Entertainment

ବରୁଣ-ସାରାଙ୍କ ଫିଲ୍ମରେ ରିକ୍ରିଏଟ ହେବ ‘କୁଲି ନମ୍ବର ୧’ର ଏହି ପପୁଲାର ସଙ୍ଗ

bollywood life
36

ସାରା ଅଲ୍ଲୀ ଖାନ ଏବଂ ବରୁଣ ଧୱନଙ୍କ ଯୋଡି ଖୁବ ଶୀଘ୍ର ଫିଲ୍ମ ‘କୁଲି ନମ୍ବର ୧’ର ରିମେକରେ ନଜର ଆସିବେ । କିଛି ଦିନ ପୂର୍ବେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ କରି ମେକର୍ସ ଫିଲ୍ମ ବିଷୟରେ ଘୋଷଣା କରିଥିଲେ । ରିପୋର୍ଟ ଅନୁସାରେ ଫିଲ୍ମର ସୁଟିଂ ୫ ଅଗଷ୍ଟ ବ୍ୟାଙ୍କକରେ ଆରମ୍ଭ ହେବ । ଫିଲ୍ମର ନିର୍ଦ୍ଦେଶକ ଡେଭିଡ ଧୱନ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ଏହି ଫିଲ୍ମ ପୁରୁଣା ଫିଲ୍ମ ଠାରୁ ନୂଆ ଏବଂ ଭିନ୍ନ ହେବ ।

ଏବେ ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ନୂଆ ଫିଲ୍ମରେ ‘କୁଲି ନମ୍ବର ୧’ର ସୁପରହିଟ ଗୀତ ‘ମେଁ ତୋ ରସ୍ତେ ସେ ଜା ରହା ଥା’କୁ ରିକ୍ରିଏଟ କରାଯିବ ।

 

ଫିଲ୍ମର ନିର୍ଦ୍ଦେଶକ ଡେଭିଡ ଧୱନ କହିଛନ୍ତି ଯେ, ଏହି ଗୀତ ଆମ ପାଇଁ ଖୁବ ମହତ୍ୱପୂର୍ଣ୍ଣ । ଏହି ଗୀତକୁ ନେଇ ଟିମ କୌଣସି ଚେଡ ଛାଡ କରି ନାହିଁ । ଏହାର ଦୃଶ୍ୟାୟନ ମଧ୍ୟ ଖୁବ ଅଲଗା ରହିବ । ‘ମେଁ ତୋ ରସ୍ତେ ସେ ଜା ରହା ଥା’ର ନୂଆ ଭର୍ସନକୁ କମ୍ପୋଜ କରିବେ ତନିଷ୍କ ବାଗଚୀ । ଆଗାମୀ ବର୍ଷ ଶ୍ରମିକ ଦିବସରେ ଏହି ଫିଲ୍ମ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More