Only for Entertainment

Congratulations! ନେହା ଏବଂ ଅଙ୍ଗଦଙ୍କ ଘରେ ଖୁସିର ଲହରୀ , କନ୍ୟା ସନ୍ତାନକୁ ଜନ୍ମ ଦେଲେ ନେହା ଧୂପିଆ ।

DNA India
20

ବଲିଉଡର ଚର୍ଚ୍ଚିତ କପଲ୍ସ ନେହା ଧୂପିଆ ଏବଂ ଅଙ୍ଗଦ ବେଦୀଙ୍କ ଘରେ ଖୁସିର ଲହରୀ ଖେଳି ଯାଇଛି । ଆଜି ସକାଳେ ନେହା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ମା’ ଏବଂ ଝିଅ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଖବର ଅନୁସାରେ ନେହା ଏବଂ ଅଙ୍ଗଦ ଚଳିତ ବର୍ଷ ଲୁଚିଛପି ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଏହା ପରେ ନେହାଙ୍କ ପ୍ରେଗ୍ନେସିକୁ ନେଇ ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସିଥିଲା । ଏହା ପରେ ଦୁହେଁ ଏକ ସୁନ୍ଦର ଫଟୋ ସେୟାର କରି ନେହାଙ୍କ ପ୍ରେଗ୍ନେସି ବିଷୟରେ ଜଣାଇଥିଲେ । ତେବେ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଦୁହିଁଙ୍କ ଫ୍ୟାନ୍ସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

 

 

View this post on Instagram

 

Ha! Turns out this rumor is true.. #3ofus ?? #satnamwaheguruੴ

A post shared by Angad Bedi (@angadbedi) on

ନିକଟରେ ନେହାଙ୍କ ଶୋ’ ନେ ଫିଲଟର ନେହାରେ ଅଙ୍ଗଦ ବେଦୀ ଗେଷ୍ଟ ଭାବେ ପହଁଚିଥିଲେ । ଶୋ’ରେ ଅଙ୍ଗଦ କହିଥିଲେ ଯେ ପ୍ରେଗ୍ନେସି ପାଇଁ ହିଁ ଦୁହେଁ ତରବର ଭାବେ ବିବାହ କରିଥିଲେ । ଏହା ସହିତ ସେ ବିବାହ ବିଷୟରେ ଅନେକ ଖୁଲାସା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More