Only for Entertainment

ନାନା ପାଟେକରଙ୍କୁ ଗିରଫ କରିବା ପାଇଁ ଦାବୀ କଲା କଂଗ୍ରେସ,ଅକ୍ଷୟ ବନ୍ଦ କଲେ ହାଉସଫୁଲ ୪ର ସୁଟିଂ ।

aajtak
38

ତନୁଶ୍ରୀ ଦତ୍ତାଙ୍କ ତରଫରୁ ନାନା ପାଟେକରଙ୍କ ଉପରେ ଲାଗିଥିବା ଯୌନ ଉତ୍ପୀଡ଼ନ କେସ ଏକ ବିରାଟ ରୂପ ନେଇଛି । ଭାରତରେ ମି ଠୁ କ୍ୟାମ୍ପେନର ପ୍ରଭାବ ଜୋର ଧରିଛି । ଏପର୍ଯ୍ୟନ୍ତ କେତେକ ମହିଳା ଅଭିଯୋଗ ଆଣି ସାରିଛନ୍ତି । ଏହି ମାମଲାରେ ନାନା ପାଟେକରଙ୍କ ସମେତ ୪ ଜଣଙ୍କ ନାମରେ ଏଫଆଇଆର ଦିଆସରିଛି । କାରଣ କହିବା ପାଇଁ ନାନା ଏବଂ ଆଲୋକନାଥଙ୍କୁ ନୋଟିସ ପଠାଯାଇଛି ।

ମହାରାଷ୍ଟ୍ରରେ ଏହି ବିବାଦ ରାଜନୀତିରେ ଏକ ବିରାଟ ରୂପ ନେଇଛି । ତନୁଶ୍ରୀଙ୍କ ଏଫଆଇଆର ପରେ ମହିଳା କଂଗ୍ରେସ ନାନା ପାଟେକରଙ୍କୁ ଗିରଫ କରିବା ପାଇଁ ଦାବୀ କରିଛନ୍ତି ।

ହାଉସଫୁଲ ୪କୁ ନେଇ ଅକ୍ଷୟ କୁମାର ଟ୍ୱିଟ କରି କହିଛନ୍ତିଯେ ମୁଁ ଗତ ରାତିରେ ଦେଶକୁ ଫେରିଲି ଏବଂ କେତେକ ଖବର ପଢିଲି ଯାହା ଖୁବ ଚିନ୍ତାର ବିଷୟ । ମୁଁ ହାଉସଫୁଲ ର ନିର୍ମାତାଙ୍କୁ ମାମଲାର ଯାଂଚ ହେବା ପର୍ଯ୍ୟନ୍ତ ଆଗକୁ ସୁଟିଂ ବନ୍ଦ କରିବା ପାଇଁ ଅନୁରୋଧ କରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More