Only for Entertainment

ନୟନତାରାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଡିଏମକେ ନେତା ରାଧା ରବି ।

deccanchronicle.com
41

କିଛି ଦିନ ତଳେ ଅଭିନେତାରୁ ରାଜନେତା ପାଲଟିଥିବା ଡିଏମ୍‌କେ ନେତା ରାଧା ରବି ଅଭିନେତ୍ରୀ ନୟନତାରାଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏଥି ପାଇଁ ଏବେ ତାଙ୍କୁ ଦଳର ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି । ଏକ ପ୍ରମୋସନାଲ ଇଭେଣ୍ଟରେ ସେ ଅଭିନେତ୍ରୀ ନୟନତାରାଙ୍କ ସଂପର୍କରେ ବିବାଦୀୟ ବୟାନ ଦେଇଥିଲେ, ଯାହା ତାଙ୍କୁ ଆଜି ଏଭଳି ପରିସ୍ଥିତିରେ ଆଣି ଠିଆ କରିଛି ।

ସେ କହିଥିଲେ, ମୁଁ ମାନୁଛି କି ନୟନତାରା ଜଣେ ଖୁବ୍‌ ଭଲ କଳାକାର । ଅନେକ ବର୍ଷ ହେଲାଣି ସେ ଇଣ୍ଡଷ୍ଟ୍ରିରେ ଚମକୁଛନ୍ତି । ସେ ତାମିଲ ଫିଲ୍ମରେ କେବେ ଭୁତ ତ କେବେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିଛନ୍ତି । ଆମ ସମୟରେ କେଆର୍‌ ବିଜୟାଙ୍କ ଭଳି ଅଭିନେତ୍ରୀଙ୍କୁ ମାତା ସୀତାଙ୍କ ଚରିତ୍ର କରିବାକୁ ଦିଆ ଯାଉଥିଲା । କିନ୍ତୁ ଆଜିକାଲି କେହି ବି ଆସି ସୀତା ବନି ଯାଉଛନ୍ତି । ଯିଏ ଭିନ୍ନ ଭିନ୍ନ ଲୋକମାନଙ୍କ ସହ ଶଯ୍ୟାସଙ୍ଗିନୀ ହେଉଛନ୍ତି, ସେ କେମିତି ସୀତା ବନି ପାରିବେ ବୋଲି କହିଥିଲେ ରାଧା ରବି । ତାଙ୍କର ଏଭଳି ବୟାନ ପରେ ଟୁଇଟ୍‌ରରେ ବିବାଦ ଆରମ୍ଭ ହୋଇ ଯାଇଥିଲା । ଯାହା ପରେ ଏବେ ବିବାଦକୁ ଦେଖି ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More