Only for Entertainment

ପାପୋନଙ୍କ କିସ ବିବାଦ ପରେ ଆସିଲା ନାବାଳିକା ପ୍ରତିଯୋଗୀଙ୍କର ଭିଡିଓ ।

punjab kesari
0 69

ସିଙ୍ଗିଙ୍ଗ ରିୟାଲିଟି ଶୋ ‘ଭଏସ ଅଫ ଇଣ୍ଡିଆ’ର ଜଜ୍ ବଲିଉଡ ଗାୟକ ପାପୋନଙ୍କ ଉପରେ ଶୋକୁ ଆସିଥିବା ପତିଯୋଗୀଙ୍କୁ ଖରାପ ଭାବରେ କିସ କରିଥିବା ନେଇ ଅଭିଯୋଗ ହୋଇଛି । ତାଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟର ଜଣେ ମହିଳା ଓକିଲ ଏହି ଅଭିଯୋଗ ଆଣିଛନ୍ତି । । ତେବେ ଏହି ମାମଲାକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । କେହି କେହି ଏହାକୁ ଖରାପ କହୁଛନ୍ତିିତ ଆଉ କେହି ପାପୋନଙ୍କର କିଛି ଭୁଲ ନଥିବା କହୁଛନ୍ତି । ତେବେ ଏହାକୁ ନେଇ ସେହି ନାବାଳିକା ପ୍ରତିଯୋଗୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ପାପୋନଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି ।

ରିୟାଲିଟି ଶୋ ‘ଭଏସ ଅଫ ଇଣ୍ଡିଆ’ର ପ୍ରତ୍ୟେକ ପ୍ରତିଯୋଗୀ ଏବଂ ସେମାନଙ୍କ ଅଭିଭାବକ ପାପୋନଙ୍କୁ ସମର୍ଥନ କରୁଥିବା ନଜର ଆସିଛି । ଭିଡିଓରେ ପ୍ରତିଯୋଗୀଙ୍କ କହିବା ଅନୁସାରେ ହୋଲି ପାଳନ ପାଇଁ ଆମେ ସମସ୍ତ ପିଲା ଓ ଅଭିଭାବକ ପାପୋନ ସାର୍ଙ୍କ ନିକଟକୁ ଯାଇଥିଲୁ । ସମସ୍ତେ ନାଚ ଓ ଗୀତ ସହିତ ମସ୍ତୀ କରୁଥିଲେ ଏବଂ ଆମେ ସମସ୍ତେ ଲାଇଭ ଆସିଥିଲୁ । ସେଠାରେ ସମସ୍ତେ ଦେଖୁଥିଲେଯେ ପାପୋନ ସାର କିଛି ଭୁଲ କରି ନାହାଁନ୍ତି,ସେ ମୋତେ ଛୋଟ ପିଲା ଭାବି କିସ କରିଥିଲେ ଯେଉଁଭଳି ମୋ ବାପା ମା ମୋତେ ଭଲ ପାଆନ୍ତି । ଦୟାକରି ଆପଣମାନେ ଏହାର ଖରାପ ଅର୍ଥ ବାହାର କରନ୍ତୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More