Only for Entertainment

କ୍ଷମା ଦେଲେ ନାହିଁ ନେତା,ଆଇନ କାନୁନରେ ଫସିଗଲେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା

DNA India
0 40

କିଛି ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତାମାନେ ନିଜ କଥାକୁ ନେଇ ଦ୍ୱନ୍ଦ ମଧ୍ୟରେ ଫସି ଯାଉଥିବା ଘଟଣା ସାମ୍ନାକୁ ଆସିଛି । ଫିଲ୍ମ ପଦ୍ମାବତୀ ବିବାଦ ଏକ ଜାତୀୟ ବିବାଦ ଭାବରେ ମୁଣ୍ଡ ଟେକିବା ପରଠାରୁ ଏହି ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଫିଲ୍ମ ଇଣ୍ଡଷ୍ଟ୍ରିକୁ । ସଲମାନ ଏବଂ ସିଳ୍ପା ସେଟ୍ଟୀ ମଧ୍ୟ କିଛି ଶବ୍ଦ ବ୍ୟବହାର କରି ଆଇନ କାନୁନ ମଧ୍ୟରେ ଫସି ଯାଇଥିଲେ । ଏବେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ କ୍ଷେତ୍ରରେ ।

ସିଦ୍ଧାର୍ଥ ମଲହୋତ୍ରା ଭୋଜପୁରୀକୁ ନେଇ ଏଭଳି କିଛି କମେଂଟ କରିଛନ୍ତି ଯାହାପରେ ସେ ସମସ୍ୟା ମଧ୍ୟରେ ଫସି ଯାଇଛନ୍ତି । ପ୍ରଥମେ ଅଭିନେତ୍ରୀ ନୀତୁ ଚନ୍ଦ୍ରା ତାଙ୍କର କ୍ଲାସ ନେଇଥିଲେ ଯେଉଁଥିପାଇଁ ସିଦ୍ଧାର୍ଥ କ୍ଷମା ମଧ୍ୟ ମାଗିଥିଲେ । କିନ୍ତୁ ଏହାପରେ ସେ ସଂପୂର୍ଣ୍ଣ ଫସି ଯାଇଛନ୍ତି ।

ବାସ୍ତବରେ ଦିଲ୍ଲୀରୁ ବିଜେପି ସାଂସଦ ଏବଂ ଭୋଜପୁରୀ ତାରକା ମନୋଜ ତିୱାରୀ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିରୋଧରେ ଜନହିତ ମାମଲା ରୁଜୁ କରିଛନ୍ତି । ମନୋଜଙ୍କ କହିବା ଅନୁସାରେ ସିଦ୍ଧାର୍ଥ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା କଥା ବିଷୟରେ ସେ ଏବେ ସୂଚନା ପାଇଲେ । ସେ ଆଉ ମଧ୍ୟ କହିଛନ୍ତି ଏହି ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ମଧ୍ୟ ଭୋଜପୁରୀ କହୁଥିଲେ । ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାରର ପ୍ରାୟ ୨୨ କୋଟି ଲୋକ ଭୋଜପୁରୀ କହୁଛନ୍ତି । ଏହି ଦେଶର ଅଧିକାଂଶ ଲୋକ ଭୋଜପୁରୀ କୁହନ୍ତି । ସିଦ୍ଧାର୍ଥ ମଲହୋତ୍ରା ସେହି ସମସ୍ତ ଭୋଜପୁରୀ ଭାଷାଭାଷୀ ଲୋକଙ୍କର ଅପମାନ କରିଛନ୍ତି ।


ବିଗବସ ୧୧ରେ ନିଜ ଫିଲ୍ମ ‘ଅୟାରୀ’ର ପ୍ରମୋଶନ ପାଇଁ ମନୋଜ ବାଜପେୟୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ସେହି ସେଟରେ ପହଂଚିଥିଲେ । ସେହି ସମୟରେ ମନୋଜ ବାଜପେୟୀ ଟାଇଗର ଜିନ୍ଦା ହୈର ଡାଏଲଗ କହିବା ପାଇଁ ସିଦ୍ଧାର୍ଥଙ୍କୁ କହିଥିଲେ । ତେବେ ସିଦ୍ଧାର୍ଥ କଷ୍ଟ ମଷ୍ଟରେ ଭୋଜପୁରୀ ଭାଷା କହିଥିଲେ କିନ୍ତୁ ସେ ଏହା ମଧ୍ୟ କହିଥିଲେଯେ ଭୋଜପୁରୀ ଭାଷା କହିବା ସମୟରେ ତାଙ୍କୁ ଲାଟରିନ ଭଳି ଅନୁଭବ ହେଉଛି । ତେବେ କାହାକୁ କ୍ଷତି ପହଂଚାଇବା ଭଳି ସେ ଏହା କହି ନଥିଲେ ବୋଲି ଟ୍ୱିଟରରେ ଲେଖିଛନ୍ତି ଏବଂ କ୍ଷମା ମଧ୍ୟ ମାଗିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More