Only for Entertainment

ଆତଙ୍କବାଦୀ ସମସ୍ୟା ସମାଧାନ ନ ହେଉଣୁ ଫିଲ୍ମର ନାମକୁ ନେଇ ଚାଲିଲାଣି ପ୍ରତିଯୋଗିତା ।

NDTV.com
28

ପାକିସ୍ତାନ ମିଡିଆ ନିଜ ଦେଶ ସମ୍ବଦ୍ଧରେ କୌଣସି ତଥ୍ୟ ବାହାର କରୁନଥିବା ବେଳେ ଆମ ଫିଲ୍ମ ନିର୍ମାତା ମାନେ ଭାରତର ତଥ୍ୟକୁ ପଦାରେ ପକାଇବାକୁ ଆଗତୁରା ହୋଇଗଲେଣି । ଆମର ଏହି ତଥ୍ୟ ଯେ ସେମାନଙ୍କ ନିକଟରେ ପହଂଚିବା କେତେ କ୍ଷତିକାରକ ତାହା ପ୍ରତି ନିର୍ମାତା ମାନଙ୍କର ଦୃଷ୍ଟି ନାହିଁ । ଫିଲ୍ମକୁ ବ୍ଲକବଷ୍ଟର କରିବା ପାଇଁ ଲାଗି ପଡ଼ୁଛନ୍ତି । ଆଜ୍ଞା ହଁ ଫେବ୍ରୁଆରି ୧୪ରେ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ ପୁଲଓ୍ଵାମାରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିଥିଲା । ଯେଉଁଥିରେ ଭାରତର ୪୦ଜଣ ଯବାନ ସହିଦ୍‌ ହୋଇଥିଲେ । ଏହି ଆକ୍ରମଣର କଡ଼ା ଜବାବ ପାକିସ୍ତାନକୁ ଦେବା ପାଇଁ ଭାରତ ସରକାର ଏବଂ ଭାରତୀୟ ବାୟୁସେନା ଏକ ଐତିହାସିକ ପଦକ୍ଷେପ ନେଇ ୩୦୦ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଏହି ଘଟଣାକୁ ନେଇ ଭାରତ-ପାକ୍‌ ମଧ୍ୟରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ମୁମ୍ବାଇରେ ଫିଲ୍ମ ନିର୍ମାତାମାନେ ଫିଲ୍ମର ନାଁ ବାଛିବାରେ ବ୍ୟସ୍ତ ଥିବା ଜଣାପଡ଼ିଛି । କାହାଣୀ ହାତରେ ଥିବା ବେଳେ ଫିଲ୍ମର ନାଁ କ’ଣ ରଖାଯିବ, ସେ ନେଇ ଏବେ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।

ସୂଚନା ମୁତାବକ, ଉରୀରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ନିର୍ମାଣ ହୋଇଥିବା ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା ବେଳେ ଏବେ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌କୁ ନେଇ ଫିଲ୍ମ ନିର୍ମାଣ କରିବା କଥା ଚିନ୍ତା କରୁଛନ୍ତି ଫିଲ୍ମ ନିର୍ମାତା । ପାଖାପାଖି ୫ଟି ପ୍ରାଯୋଜନା ସଂସ୍ଥାର ପ୍ରତିନିଧି ଫିଲ୍ମର ଟାଇଟଲକୁ ଆରକ୍ଷିତ ରଖିବା ପାଇଁ ଇଣ୍ଡିଆନ୍‌ ମୋସନ ପିକ୍‌ଚର୍ସ ପ୍ରଡ୍ୟୁସର୍ସ ଆସୋସିଏସନ୍‌ରେ ପହଞ୍ଚିଥିବା ଜଣାପଡ଼ିଛି । ସେଠାରେ ପହଞ୍ଚି ନିର୍ମାତାମାନେ ଫିଲ୍ମର ନାଁ ‘ପୁଲଓ୍ଵାମା : ଦ ଟେରର ଆଟାକ୍‌’, ‘ପୁଲଓ୍ଵାମା ଆଟାକ୍‌ ଟୁ ସର୍ଜିକାଲ ଷ୍ଟ୍ରାଇକ୍‌ ୨.୦’, ‘ସର୍ଜିକାଲ ଷ୍ଟ୍ରାଇକ୍‌ ୨.୦ ଆଣ୍ଡ ବାଲାକୋଟ୍‌’ ଭଳି କିଛି ଟାଇଟଲ ନିର୍ମାତାମାନେ ରଖି ସାରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଫିଲ୍ମ ଟାଇଟଲ କ’ଣ ରଖାଯିବ, ତାହା ଠିକ୍‌ କରାଯାଇ ପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More