Only for Entertainment

ବିବାଦରେ ଫସିଲା ରାନୀ ମୁଖାର୍ଜୀଙ୍କ ଫିଲ୍ମ

29

ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘ମର୍ଦ୍ଦାନୀ-୨’କୁ ନେଇ ବିବାଦ ବଢିବାରେ ଲାଗିଛି । ଟ୍ରେଲର ରିଲିଜ ହେବା ଦିନଠାରୁ ଏହି ଫିଲ୍ମକୁ ରାଜସ୍ଥାନର କୋଟା ସହରରେ ତୀବ୍ର ବିରୋଧ କରାଯାଇଛି । ଏଥିରେ କୋଟାର ନାଁ ବଦନାମ କରାଯାଇଥିବା ସହରବାସୀ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ସେଠାକାର ଜଣେ କାଉନସିଲର ଗୋପାଳ ମଣ୍ଡା ଏହି ଫିଲ୍ମର ନିର୍ମାତା ଆଦିତ୍ୟ ଚୋପ୍ରା, ନିର୍ଦ୍ଦେଶକ ଗୋପୀ ପୁଥରନ ଓ ସେନସର ବୋର୍ଡର ଅଧ୍ୟକ୍ଷ ପ୍ରସୂନ୍ନ ଯୋଶୀଙ୍କ ସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଲିଗାଲ ନୋଟିସ ପଠାଇଛନ୍ତି ।

ଗୋପାଳ ମଣ୍ଡା ଓକିଲଙ୍କ କହିବାନୁଯାୟୀ, ନୋଟିସରେ କୋଟାର ନାଁ ବଦଳାଇବାକୁ କୁହାଯାଇଛି । ସେହିଭଳି ଫିଲ୍ମରେ କୋଟାର ନାଁ ନ ହଟିବା ପର୍ଯ୍ୟନ୍ତ ଏହାକୁ ରିଲିଜ କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ଦରକାର ପଡିଲେ ମାମଲାକୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନିଆଯିବ । ଏହି ବିବାଦ ଫିଲ୍ମର ଟ୍ରେଲର ରିଲିଜ ହେବା ପର ଠାରୁ ଆରମ୍ଭ ହୋଇଥିଲା । ଟ୍ରେଲରରେ ଜଣେ ସିରିଏଲ ରେପିଷ୍ଟ ଓ କିଲରଙ୍କୁ ଦେଖାଯାଇଛି ଯିଏ କୋଟା ସହରକୁ ଦେଶର କୋଣ ଅନୁକୋଣରୁ ଇଞ୍ଜିନିୟର କୋଚିଂ ନେବାକୁ ଆସୁଥିବା ଝିଅମାନଙ୍କୁ ଦୁଷ୍କର୍ମ କରି ନୃସଂଶ ଭାବେ ହତ୍ୟା କରୁଛି । ଏହା ଦ୍ୱାରା କୋଟାର ନାଁ ବଦନାମ ହେଉଛି ବୋଲି ଅଭିଯୋଗ ହେଉଛି । ଆଉ ଏହା ପରେ ପୋଲିସ ଅଫିସର ଶିବାନୀ ରାୟ ବା ରାଣୀ ମୁଖାର୍ଜୀ ଦୁଇ ଦିନ ଭିତରେ ହତ୍ୟାକାରୀଙ୍କୁ ଧରିବାକୁ ଲାଗିପଡିଛନ୍ତି । ଫିଲ୍ମଟି କୋଟାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି ।

‘ମର୍ଦାନୀ-୨’ ଫିଲ୍ମଟି ୨୦୧୪ରେ ଆସିଥିବା ରାଣୀଙ୍କ ଫିଲ୍ମର ସିକ୍ୱେଲ । ଏଥିରେ ରାଣୀ ଆଇପିଏସ୍ ଅଫିସର ଶୀବାନୀ ରାୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ୟଶରାଜ ବ୍ୟାନରରେ ତିଆରି ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଗୋପୀ ପୁଥରନ୍ । ଫିଲ୍ମଟି ଚଳିତ ବର୍ଷ ଡିସେମ୍ବର ୧୩ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More