Only for Entertainment

ପେଟର ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ ଧନିଆ ପତ୍ର !

165

ଆଜିର ଦିନରେ କୋଲେଷ୍ଟୋରଲ ଚର୍ବି ଆଦି ସାଧାରଣ କଥା ହୋଇଗଲାଣି । ଅସମୟରେ ଖାଦ୍ୟପାନ ଏବଂ ଖରାପ ଡାଏଟାରୀ ଏହି ସବୁ ସମସ୍ୟା ଶରୀରରେ ଦେଖା ଦେଇଥାଏ । ତେବେ ଏସବୁରୁ ବର୍ତ୍ତିବା ପାଇଁ ସାଧାରଣତଃ ପିଲାମାନେ ସୋସିଆଲ ମିଡିଆର ସହାୟତା ନେଇଥାଆନ୍ତି ଏବଂ ଅନେକ ଉପାୟ ଖୋଜିଥାଆନ୍ତି । ମୋଟାପଣ କମ୍‌ କରାଯାଇପାରିବ। ଧନିଆ ପତ୍ର ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବ। ଧନିଆ ପତ୍ରରେ ଏପରି ଆଣ୍ଟିଅକ୍ସିଡାଣ୍ଟ ଓ ମିନେରାଲ୍ସ ରହିଛି, ଯାହା ଆପଣଙ୍କ ଓଜନ ହ୍ରାସ କରିବା ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥାଏ। ଏପରିସ୍ଥଳେ ଯଦି ଆପଣ ସାଧାରଣ ଉପାୟରେ ସପ୍ତାହରେ ୧ କିଲୋ ଓଜନ କମାଉଛନ୍ତି, ତେବେ ଧନିଆ ପତ୍ର ସହାୟତାରେ ଆପଣଙ୍କ ଓଜନ ଦେଢ଼ରୁ ୨ କିଲୋ ଓଜନ ହ୍ରାସ ପାଇପାରିବ।

ଧନିଆରେ ରହିଛି କ୍ବର୍ସିଟିନ୍‌ ଆଣ୍ଟିଅକ୍ସିଡାଣ୍ଟ
ଧନିଆ ପତ୍ରକୁ ତରକାରୀରେ ବ୍ୟବହାର କରାଯାଏ। କିନ୍ତୁ ଆୟୁର୍ବେଦରେ ଧନିଆ ପତ୍ରକୁ ଔଷଧ ଭାବେ ଗ୍ରହଣ କରାଯାଏ। ଧନିଆ ପତ୍ରରେ କ୍ବର୍ସିଟିନ୍‌ ନାମକ ଏକ ସ୍ବତନ୍ତ୍ର ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ଶରୀର ପାଇଁ ବହୁତ ଲାଭଦୟକ ହୋଇଥାଏ। ଏହି ଆଣ୍ଟିଅକ୍ସିଡାଣ୍ଟ ଆପଣଙ୍କ ମେଟାବଲିଜମ୍‌କୁ ଉତ୍ତମ କରିଥାଏ ଓ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଧନିଆ ପତ୍ରକୁ ଏକ ଉତ୍ତମ ଡିଟକ୍ସ ଏଜେଣ୍ଟ ବୋଲି କୁହାଯାଏ। ଅର୍ଥାତ୍‌ ଧନିଆ ପତ୍ର ସେବନ କରିବା ଦ୍ବାରା ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯାଏ।

ଧନିଆ ପତ୍ର ମ୍ୟାଗ୍ନେସିୟମର ଉତ୍ତମ ଉତ୍ସ ରହିଛି। ଏହାବ୍ୟତୀତ ଏଥିରେ ଭିଟାମିନ୍‌ ବି ଓ ଫୋଲିକ୍‌ ଏସିଡ୍‌ ମଧ୍ୟ ପ୍ରଚୁର ମାତ୍ରାରେ ରହିଛି। ଏହି ଦୁଇଟି ତତ୍ତ୍ବ ଶରୀରରେ ଗ୍ଲୁକୋଜ୍‌କୁ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ। ଯାହାଫଳରେ ଆପଣ ଯାହା କିଛି କ୍ୟାଲୋରୀ ଗ୍ରହଣ କରୁଛନ୍ତି, ଶରୀର ତାହାକୁ ବ୍ୟବହାର କରିଦେବ ଏବଂ ଚର୍ବି ଭାବେ ଶରୀରରେ ଜମା ହୋଇ ନ ଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More