Only for Entertainment

ମୁଣ୍ଡବ୍ୟଥାରୁ ରକ୍ଷା କରେ ଧନିଆ ।

youtube
32

ଧନିଆକୁ କେବଳଯେ ଖାଦ୍ୟ ଭାବରେ ବ୍ୟବହାର କରିବେ ତାହା ନୁହେଁ ବରଂ ଏହାକୁ ଆପଣ ଔଷଧ ଭାବରେ ମଧ୍ୟ ବ୍ୟବହାର କରିପାରିବେ । ଧନିଆ ଶୀତଦିନରେ ପ୍ରଚୁର ପରିମାଣରେ ଉପଲବ୍ଧ । ଏହା ଅତି ସହଜରେ ବଜାରରେ ମିଳିଯାଏ । ତେବେ ଏହା କେଉଁଭଳି ଭାବରେ ଆପଣଙ୍କୁ ସହାୟତା ଦେଇଥାଏ ଆସନ୍ତୁ ଆଲୋଚନା କରିବା ।

କାଶ ଓ ଥଣ୍ଡା ପାଇଁ ଧନିଆକୁ ଉଷୁମ ପାଣିରେ ପକାଇ ଏହାକୁ ଛାଣନ୍ତୁ । ଏଥିରେ ସାମାନ୍ୟ ମିଶ୍ରି ଏବଂ ହଳଦୀ ମିଶାନ୍ତୁ । ଏହା ପରେ ଏହାକୁ ପିଅନ୍ତୁ । ଏହା ଦ୍ୱାରା ଥଣ୍ଡା ଜନିତ ସମସ୍ୟା ସମାଧାନ ହୋଇଥାଏ । କେବଳ ସେତିକି ନୁହେଁ ଚା ପ୍ରସ୍ତୁତ କରିବା ସମୟରେ ମଧ୍ୟ ଚାରେ ଧନିଆ ପକାଇ ପି ପାରିବେ ।

ଧନିଆ ଚୂର୍ଣ୍ଣ ଖାଇବା ଦ୍ୱାରା ପାଚନରେ ସହାୟକ ମିଳେ ।

ଧନିଆ ବାଟି ଏହାକୁ ମୁଣ୍ଡରେ ଲଗାଇବା ଦ୍ୱାରା ମୁଣ୍ଡ ବ୍ୟଥା ଯନ୍ତ୍ରଣାରୁ ମୁକ୍ତି ମିଳେ ।

ଧନିଆ ଖାଇବା ଦ୍ୱାରା ପେଟରେ ଥିବା କୃମି ସମସ୍ୟାର ସମାଧାନ ହୋଇଥାଏ ।

ଏତଦ୍ ବ୍ୟତୀତ ନାକରୁ ରକ୍ତତ୍ସାବ ହେଉଥିଲେ ଧନିଆ ରସ ନାକରେ ପକାଇବା ଦ୍ୱାରା ରକ୍ତତ୍ସାବ ବନ୍ଦ ହୋଇଯାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More