Only for Entertainment

ସନ୍ଧ୍ୟାରେ ନିଅନ୍ତୁ ପନୀର ଓ କର୍ଣ ଚାଟର ମଜା, ଜାଣନ୍ତୁ କିପରି କରିବେ ଏହାକୁ ପ୍ରସ୍ତୁତ

google
50

ସାମଗ୍ରୀ

୨ ଚାମଚ ଅଲିଭ୍‌ ଅଏଲ୍‌, ୧ ଚାମଚ ସୋରିଷ, ୨ଟି କଞ୍ଚା ଲଙ୍କା, ୬-୭ଟି ଭ୍ରୁସଙ୍ଗ ପତ୍ର, ୧ ଚାମଚ ଜିରା ଗୁଣ୍ଡ, ୧ ଚାମଚ ଲେମ୍ବୁ ରସ, ୨ ଚାମଚ ଚିନି, ୧ କପ୍‌ ସିଝା ମକା, ୨ ଟେବଲସ୍ପୁନ୍‌ ପନୀର, ୧ଟା କଟା କ୍ୟାପ୍‌ସିକମ୍‌, ୧ ଟା କଟା ପିଆଜ, ୧ ଟା ସିଝା ଆଳୁ, ୧ ଚାମଚ ଗୋଲମରିଚ ଗୁଣ୍ଡ ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସୋରିଷ ଓ ଭ୍ରୁସଙ୍ଗ ପତ୍ର ପକାନ୍ତୁ। ଏବେ ଏଥିରେ କଟା ପିଆଜ ପକାଇ ୫ ମିନିଟ୍‌ ଯାଏ ଭାଜନ୍ତୁ। ପିଆଜ ଗୋଲ୍ଡେନ୍‌ ହୋଇଗଲା ପରେ ଏଥିରେ କଟା କ୍ୟାପ୍‌ସିକମ୍‌ ପକାନ୍ତୁ। ଭଲ ଭାବେ ପିଆଜ ଓ କ୍ୟାପ୍‌ସିକମ୍‌ ଭାଜି ହୋଇଗଲା ପରେ କଟା ଆଳୁ, କର୍ଣ ଓ ପନୀର ପକାଇ ୧ରୁ ୨ ମିନିଟ୍‌ ଯାଏ ଧିମା ଆଞ୍ଚରେ ଗୋଳାନ୍ତୁ। ଏବେ ଏଥିରେ ଲୁଣ, ଜିରା ଗୁଣ୍ଡ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଗ୍ୟାସ୍‌ରୁ ବାହାର କରି ଲେମ୍ବୁ ରସ ଓ ଚିନି ପକାଇ ଭଲ ଭାବେ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନୀର ଏଣ୍ଡ କର୍ଣ ଚାଟ୍‌। ଏହାକୁ ଟମାଟୋ ସସ୍‌, ଧନିଆ କିମ୍ବା ପୁଦିନା ଚଟଣୀ ସହିତ ଗରମ ଗରମ ଖାଆନ୍ତୁ ଓ ଖୁଆନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More