Only for Entertainment

ମେଥି କର୍ନ ପଲଉ ପ୍ରସ୍ତୁତି ପ୍ରଣାଳୀ

Pinchful
0 53
ସାମଗ୍ରୀ:
୫୦୦ ଗ୍ରା . ଡେରାଡୁନ ବାସୁମତୀ ଚାଉଳ, ୨ ବିଡା ମେଥି ଶାଗ, ଅଧା କପ୍ ମକା ଦାନା, ୨ ଟି ବଡ ପିଆଜ, ୨/୩ଟି ଗୁଜୁରାତି, ୫/୬ଟି ଲବଙ୍ଗ, ୧ ଖଣ୍ଡ ଡାଲଚିନି, ୨ ଟି ତେଜପତ୍ର, ୭/୮ଟି ଗୋଟା ଗୋଲମରିଚ, ୧ ଛୋଟ ଚାମଚ ଗରମମସାଲା ଗୁଣ୍ଡ, ୨/୩ଟି କଟା କଞ୍ଚାଲଙ୍କା, ୨ ବଡ ଚାମଚ ଦେଶୀ ଘିଅ ଓ ଆବଶ୍ୟକ ଅନୁଯାୟୀ ଲୁଣ |
ପ୍ରସ୍ତୁତି ପ୍ରଣାଳୀ :
ଚାଉଳକୁ ଧୋଇ ବତୁରାଇ ରଖନ୍ତୁ | ଶାଗକୁ ବାଛି ପତ୍ର ଅଲଗା କରି ଧୋଇ କାଟି ରଖନ୍ତୁ | ପିଆଜକୁ ଲମ୍ବାଲାମ୍ବା କାଟି ରଖନ୍ତୁ | ଡେକ୍ଚିରେ ଘିଅ ଗରମ କରି ଉପରେ ଦିଆଯାଇଥିବା ସମସ୍ତ ଗରମମସାଲା , ତେଜପତ୍ର , କଟା ପିଆଜ ଓ କଟା କଞ୍ଚାଲଙ୍କା ପକାଇ ଭାଜନ୍ତୁ | ପିଆଜ ଭାଜି ହୋଇଆସିଲେ ଚାଉଳକୁ ପକାନ୍ତୁ | ମକା ଦାନା କିମ୍ବା ମକାରୁ ଦାନା କାଢି ଚାଉଳରେ ପକାଇ ଭଲ ଭାବରେ ଗୋଳାନ୍ତୁ | ଏବେ ମେଥିପତ୍ର ପକାଇ ଗୋଳାଇ ଚାଉଳରେ ୨ ଗୁଣା ପାଣି , ଗରମମସାଲା ଗୁଣ୍ଡ ଓ ଆବଶ୍ୟକ ଅନୁଯାୟୀ ଲୁଣ ପକାଇ ଢାଙ୍କୁଣୀ ଘୋଡାଇ ଧିମା ଆଞ୍ଚରେ ଭାତ ହେବା ଯାଏ ରାନ୍ଧନ୍ତୁ | ଚୁଲିରୁ ଓହ୍ଲାଇ ଭଲଭାବରେ ଗୋଳାଇ ପରିବେଷଣ କରନ୍ତୁ ମେଥି କର୍ନ ପଲଉ |
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More