Only for Entertainment

ସଂଧ୍ୟାରେ ଖାଆନ୍ତୁ କର୍ଣ୍ଣ ସାଲାଡ

114

ପ୍ରଥମେ ଏକ କଡ଼ାଇ ଗରମ କରି ସ୍ୱିଟ କର୍ଣ୍ଣକୁ ସିଝାଇ ବାହାର କରନ୍ତୁ । ଏବେ ମିଠା ମକାରୁ ଭଲ ଭାବରେ ପାଣି ଛାଣି ବାହାର କରି ଦିଅନ୍ତୁ । ଏବେ ତରଭୁଜକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ଏବଂ କିଛି ସମୟ ଫ୍ରିଜରେ ରଖନ୍ତୁ । ଏବେ ଏକ ବ୍ଲେଣ୍ଡରରେ ପୋଦିନା, ଧନିଆ ପତ୍ର, ୨ ଚାମଚ ଆଚାର ଜଲେପିନୋଜ, ୧ ଚାମଚ ମହୁ, ୧୫ ମିଲି ଲେମ୍ବୁ ରସ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଏକ ମିକ୍ସିଂ ବାଉଲରେ ରଖିଥିବା ମକା ନିଅନ୍ତୁ । ଏହାପରେ ଫ୍ରିଜରେ ରଖିଥିବା ତରଭୁଜ ବାହାର କରି ସେହି ମକାରେ ମିଶାନ୍ତୁ । ଏକ ଚାମଚ ଲୁଣ ଓ କିଛି ଗୋଲମରିଚ ଗୁଣ୍ଡ ପକାନ୍ତୁ । ଏହା ସହିତ ରଖିଥିବା ପେଷ୍ଟ ପକାଇ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ କର୍ଣ୍ଣ ସାଲାଡ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More