Only for Entertainment

ପତି-ପତ୍ନଙ୍କ ରୋମାଣ୍ଟିକ ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରାଲ, ଲୋକ କହିଲେ ସବୁଠାରୁ ଖୁସି ପରିବାର

NDTV India
0 42

କାର୍ଯ୍ୟବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଅନେକ ବ୍ୟକ୍ତି ନିଜ ସାଥୀଙ୍କୁ ସମୟ ଦେଇପାରିନଥାନ୍ତି । କାର୍ଯ୍ୟ ମଧ୍ୟରେ ଏତେ ବ୍ୟସ୍ତ ହୋଇଯାଆନ୍ତି ଯେ ସମୟ ବାହାର କରିବା କଷ୍ଟକର ହୋଇପଡିଥାଏ । ସମୟ ବାହାର କରି ବୁଲିବା ତ ଦୂରର କଥା ହାଲ ଚାଲ ପଚାରିବା ପାଇଁ ମଧ୍ୟ ସମୟ ହୋଇନଥାଏ । ଏହା ମଧ୍ୟ କୁହାଯାଏ ଯେ ବୟଫ୍ରେଣ୍ଡ-ଗର୍ଲଫ୍ରେଣ୍ଡ ରୁ ପତି ପତ୍ନୀ ହେବାପରେ ରୋମାଣ୍ଟିକ ଜୀବନ ଶେଷ ହୋଇଯାଇଥାଏ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ପରିବାରର ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ମଧ୍ୟ କହିବେ ଏହା ସବୁଠାରୁ ଖୁସି ପରିବାର । ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ ପସନ୍ଦ କରାଯିବା ସହିତ ଶେୟାର ମଧ୍ୟ କରାଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଇଥିବା ଏହି ଭିଡିଓକୁ ଅନେକ ପେଜ ଶେୟାର ମଧ୍ୟ କରିଛନ୍ତି । ଏହି ଭିଡିଓକୁ ୨ ଲକ୍ଷ ୮୪ ହଜାରୁ ଅଧିକ ଲାଇକ, ୨ ହଜାରରୁ ଅଧିକ କମେଣ୍ଟ, ଏବଂ ୨ ଲକ୍ଷରୁ ଅଧିକ ଶେୟାର କରାଯାଇଛି । ଏହି ଭିଡିଓକୁ ଛତିଶଗଡର ବୋଲି କୁହାଯାଉଛି । କିନ୍ତୁ ଏହାର କୌଣସି ସତ୍ୟତା ନାହିଁ । ୪ ମିନିଟର ଏହି ଭିଡିଓରେ ପତି-ପତ୍ନୀ ଗର୍ବ ଫିଲ୍ମର ସୁପରହିଟ ଗୀତ ‘ହମ ତୁମକୋ ନିଗାହେଁ ମେଁ ଇସ ତରହା ଛିପା ଲେଗେଁ ’ରେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି । ପାଖରେ ଠିଆ ହୋଇଥିବା ତାଙ୍କର ଛୋଟ ଝିଅ ମଧ୍ୟ ତାଙ୍କ ସାଙ୍ଗରେ ଡ୍ୟାନ୍ସ କରୁଥିବା ଏହି ଭିଡିଓରେ ଦେଖାଯାଉଛି । ଭିଡିଓ ପୋଷ୍ଟ କରିବା ସମୟରେ ୟୁଜର ଏହାର କ୍ୟାପସନରେ ଲେଖିଥିଲେ ‘ଦୁନିଆର ସବୁଠାରୁ ଖୁସି ପରିବାର । ଭଗବାନ ତାଙ୍କୁ ସବୁବେଳେ ଏମିତି ଖୁସିରେ ଏବଂ ସନ୍ତୋଷରେ ରଖନ୍ତୁ । ’

କିଛି ଲୋକ ଏହି ଭିଡିଓକୁ ଦେଖିବା ପରେ କହିଛନ୍ତି ଯେ ସେମାନଙ୍କୁ ରିୟଲିଟି ଶୋ’ରେ ଯିବା କଥା ତ ଅନ୍ୟ କିଛି ଲୋକ ତାଙ୍କ ପରିବାରର ଖୁସି ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି । ଏହି ଭିଡିଓ ମୋବାଇଲ ଆପ ହ୍ୱାଟସଆପରେ ମଧ୍ୟ ଖୁବ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More