Only for Entertainment

ପୃଥିବୀର ସବୁଠାରୁ ପୁରୁଣା ଦମ୍ପତି, ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡସରେ ରହିଛି ନାମ ।

Guinness World Records
0 29

ନିଜ ଜୀବନସାଥୀ ସହିତ ଅଧିକ ଦିନ ବଞ୍ଚି ରହିବା ପାଇଁ ତାଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ କିଏ ବା ନଚାହେଁ । କିନ୍ତୁ ଏପରି ସୌଭାଗ୍ୟ କେତେ ଜଣଙ୍କୁ ବା ମିଳିଥାଏ । କିନ୍ତୁ ନିକଟରେ ଜାପାନର ଏକ ଦମ୍ପତି ସବୁଠାରୁ ପୁରୁଣା ଦମ୍ପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ଦମ୍ପତିଙ୍କ ନାମ ଗିନିଜ ବୁକ ଅଫ ୱାଲ୍ଡ ରେକର୍ଡସରେ ସ୍ଥାନ ପାଇଛି ।

୧୦୮ ବର୍ଷୀୟ ମାସାଓ ମାଟସୁମୋଟୋ ଏବଂ ୧୦୦ ବର୍ଷୀୟ ମିଆକୋ ନିଜର ୮୦ ତମ ବିବାହ ବାର୍ଷିକ ପାଳନ କରିବା ସହ ଏହି ସମ୍ମାନର ଅଧିକାରୀ ହୋଇ ପାରିଛନ୍ତି । ୧୯୩୭ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କର ବର୍ତ୍ତମାନ ୫ ଜଣ ଝିଅ, ୧୩ ନାତିନାତୁଣୀ ଏବଂ ୨୫ ଜଣ ଅଣନାତିନାତୁଣୀ ଅଛନ୍ତି ।

ଏହି ଦମ୍ପତି ବର୍ତ୍ତମାନ ଯଦିଓ ହ୍ୱିଲଚେୟାରରେ ଚଳପ୍ରଚଳ କରୁଛନ୍ତି କିନ୍ତୁ ଦୁହିଁଙ୍କର ସ୍ୱାସ୍ଥ୍ୟ ଏବେ ସ୍ୱଭାବିକ ରହିଛି । ସବୁଠାରୁ ବଡ କଥା ଦେଉଛି ପୃଥିବୀର ସବୁଠାରୁ ପୁରୁଣା ଦମ୍ପତି ହେବାର ସୌଭାଗ୍ୟ ଅର୍ଜନ କରି ଉଭୟ ଖୁବ ଖୁସି ଅଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More