Only for Entertainment

ବିବାହ ପୂର୍ବରୁ ସମ୍ପର୍କ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ ନେଉଛନ୍ତି କପଲ୍ : ଗବେଷଣା

google
50

ବିବାହକୁ ନେଇ ଗବେଷଣା କରୁଥିବା ଏକ ସଂସ୍ଥାର ରିପୋର୍ଟ ଅନୁସାରେ ୨୦୧୮-୧୯ରେ ବିବାହ ପୂର୍ବରୁ ପରାମର୍ଶ ନେଉଥିବା ଯୁବକ/ଯୁବତୀଙ୍କ ସଂଖ୍ୟାରେ ୨୧.୬ପ୍ରତିଶତର ବୃଦ୍ଧି ଘଟିଛି । ତେବେ ଅଧିକାଂଶ ଯୁବକ/ଯୁବତୀ ବିବାହ ପରର ସମ୍ପର୍କ ଅପେକ୍ଷା ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ପଚାରି ବୁଝିଛନ୍ତି । ସମ୍ପର୍କକୁ ନେଇ ପରାମର୍ଶ ଲୋଡୁଥିବା ଦମ୍ପତିଙ୍କ ସଂଖ୍ୟା ୯ ପ୍ରତିଶତ ଥିଲା ବେଳେ ସ୍ୱାସ୍ଥ୍ୟ ନେଇ ପରାମର୍ଶ ମାଗୁଥିବା ଯୁବକ/ଯୁବତୀଙ୍କ ସଂଖ୍ୟା ୧୧ପ୍ରତିଶତ ରହିଛି । ମାତ୍ର ୨.୬ ପ୍ରତିଶତ ଯୁବକ/ଯୁବତୀ ନୂଆ ପରିବାରର ଅନ୍ୟ ସଦସ୍ୟଙ୍କ ସହ କିପରି ସମ୍ପର୍କ ମଜବୁତ କରିହେବ ସେ ନେଇ ରାୟ ଲୋଡିଛନ୍ତି ଅଭିଜ୍ଞ ପ୍ରଫେସନାଲମାନଙ୍କ ଠାରୁ ।

ମ୍ୟାରେଜ କାଉନସିଲର ଡ. ସନ୍ଧ୍ୟା ଅଗ୍ରୱାଲଙ୍କ କହିବା ଅନୁସାରେ ପ୍ରି-ମାରିଟାଲ ଚେକ୍‍ଅପ୍‍ ଏକ ଏପରି ସ୍ୱାସ୍ଥ୍ୟ ପରୀକ୍ଷା ଯାହା ବିବାହ ବନ୍ଧନରେ ଯାଉଥିବା ଦମ୍ପତିଙ୍କ ପାଇଁ ଅତି ଜରୁରୀ । ଏହାଦ୍ୱାରା ସେମାନେ ଜାଣିପାରିବେ ଯେ, ଉଭୟଙ୍କ ମଧ୍ୟରେ କୌଣସି ପ୍ରକାରର ଜେନେଟିକ୍‍, ରକ୍ତ ସମ୍ପର୍କୀତ ସଂକ୍ରମଣର ରୋଗ ଅଛି ନା ନାହିଁ । ଏହାଦ୍ୱାରା ସନ୍ତାନକୁ ମଧ୍ୟ ବିପଦରୁ ରୋକାଯାଇପାରିବ ।

ବର୍ତ୍ତମାନ ସମୟରେ ବିଶ୍ୱବ୍ୟାପୀ ଜେନେଟିକ୍‍ ଏବଂ ରକ୍ତ ଦ୍ୱାରା ସଂକ୍ରମିତ ରୋଗ ବଢିବାରେ ଲାଗିଛି । ତେଣୁ ବିବାହ ପୂର୍ବରୁ ଏହାର ପରୀକ୍ଷା ନୀରିକ୍ଷା ଅତ୍ୟନ୍ତ ଜରୁରୀ । ବର୍ତ୍ତମାନ ସମୟରେ ଏହାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟାରେ ଯୁବକ/ଯୁବତୀ ବିବାହ ପୂର୍ବରୁ ସ୍ୱାସ୍ଥ୍ୟ ପରୀକ୍ଷା ଉପରେ ଜୋର ଦେଉଛନ୍ତି । ତେଣୁ ବିବାହ ବନ୍ଧନରେ ଆବଧ୍ୟ ହେବାକୁ ଯାଉଥିବା ଯୁବକ/ଯୁବତୀଙ୍କୁ ଏନେଇ ସଠିକ୍‍ ପରାମର୍ଶ ଦେବା ପରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେବା ଆବଶ୍ୟକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More