Only for Entertainment

ଯୁବକଙ୍କ ସହ ପଡ଼ିଆରେ ଗାଈ ଫୁଟ୍‌ବଲ ଖେଳୁଥିବା ବେଳର ଦୃଶ୍ୟ, ଭିଡିଓ ଭାଇରାଲ୍‌ !

23

ଭାରତୀୟ କ୍ରିକେଟ୍‌ ଟିମ୍‌ର ଭାଷ୍ୟକାର ହର୍ଷ ଭୋଗ୍‌ଲେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଏକ ମଜାଦାର୍‌ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓଟିକୁ ସେୟାର୍‌ କରିବା ପରେ ଅନେକ ଟ୍ଵିଟ୍‌ରିୟାନ ମଜାଦାର୍‌ କମେଣ୍ଟ୍‌ ସବୁ ଦେବାରେ ଲାଗିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଏକ ଯୁବ ଗୋଷ୍ଠୀ ସହ ପଡ଼ିଆରେ ଏକ ଗାଈ ମଧ୍ୟ ଫୁଟ୍‌ବଲ ଖେଳୁଛି।

ହର୍ଷ ଭୋଗ୍‌ଲେ ଟ୍ଵିଟର୍‌ରେ ଭିଡିଓଟିକୁ ସେୟାର୍‌ କରି ଲେଖିଛନ୍ତି, ‘ଏହା ହେଉଛି ଏକ ମଜାଦାର ଦୃଶ୍ୟ, ଯାହା ଆଜି ଆପଣ ଦେଖିବାକୁ ପାଇବେ।

୩ ମିନିଟ୍‌ର ଏହି କ୍ଲିପ୍‌ରେ ଦେଖିବାକୁ ମିଳିଛି ଯେ ଗାଈଟି ପିଲାମାନଙ୍କ ସହ ତାଳ ଦେଇ ଗୋଡ଼ରେ ଫୁଟ୍‌ବଲକୁ ଗଡ଼େଇ ଚାଲିଛି। ଏହି ଟ୍ଵିଟ୍‌ଟି ଏବେ ସୁଦ୍ଧା ୨୧ ହଜାର ଥର ରି-ଟ୍ଵିଟ୍‌ ହୋଇ ସାରିଲାଣି। ଏହାକୁ ୬୪,୦୦୦ ଲାଇକ୍‌ ମିଳିସାରିଛି । ଭିଡିଓଟିକୁ ଦେଖିବା ପରେ ଅନେକ ଟ୍ଵିଟର୍‌ ବ୍ୟବହାରକାରୀ ମଜାଦାର୍‌ ଟ୍ଵିଟ୍‌ ସବୁ କରୁଥିବାର ଦେଖିବାକୁ ମିଳିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More