Only for Entertainment

ଅପରାଧୀ ସାଜିଲେ ମେଘନା !

gossipganj
0 67

ଲମ୍ବା ବ୍ୟବଧାନ ପରେ ବଲିଉଡ ପରଦାକୁ ଫେରୁଛନ୍ତି ମେଘନା ନାଇଡୁ । ‘ସିତାରା’ନାମକ ଫିଲ୍ମ ପାଇଁ ସେ ଅନୁବନ୍ଧିତ । ଏଥିରେ ତାଙ୍କର ଭୂମିକା ଗଣିକା-ଅପରାଧୀର । ଭାରତ- ବାଂଲାଦେଶ ସୀମାରେ ଚୋରା କାରବାର ଓ ବେଶ୍ୟାବୃତ୍ତି କରୁଥିବା କୁଖ୍ୟାତ ଅପରାଧୀ ଭୂମିକାରେ, ଦର୍ଶକେ ତାଙ୍କୁ ଦେଖିବାକୁ ପାଇବେ । ଫିଲ୍ମର କାହାଣୀ ଏକାଧିକ ସତ୍ୟ ଘଟଣା ଉପରେ ଆଧାରିତ । ଏଭଳି ଭୂମିକାକୁ ନେଇ ମେଘନା ଖୁବ ଉତ୍ସାହିତ ।

ଉତ୍ସାହର ସବୁଡାରୁ ବଡ କାରଣ ହେଉଛି ଲମ୍ବା ବ୍ୟବଧାନ ପରେ ଏକ ଭୂମିକାରେ ତାଙ୍କ ଫେରନ୍ତି ପର୍ବ । ୨୦୧୬ରେ ଶେଷ ଥର ପାଇଁ ସେ ‘କ୍ୟା କୁଲ ହେ ହମ-୩’ରେ ଏକ ଛୋଟ ଭୂମିକାରେ ବାହାରିଥିଲେ । ‘ସିତାରା’ ଏକ ଦ୍ୱିଭାଷୀ ଫିଲ୍ମ । ଏହା ଏକାସଙ୍ଗେ ହିନ୍ଦୀ ଓ ବାଙ୍ଗଲା ଭାଷାରେ ମୁକ୍ତିଲାଭ କରିବାକୁ ଯାଉଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More