Only for Entertainment

କ୍ରିସ୍‌ପି ପନୀର ଫିଙ୍ଗରସ୍‌ ପ୍ରସ୍ତୁତି ପ୍ରଣାଳୀ

Grofers
34

ସାମଗ୍ରୀ-

ଫିଙ୍ଗର ଶେପ୍‌ରେ କଟା ଯାଇଥିବା ୧୫୦ ଗ୍ରାମ୍‌ ପନୀର, ୧୦ ଗ୍ରାମ୍‌ ବଟା ଅଦା, ୫ ଗ୍ରାମ୍‌ ବଟା ରସୁଣ, ୧ଟି ଲେମ୍ବୁ, ୧୦ ଗ୍ରାମ୍‌ ମଇଦା, ୩୦ ଗ୍ରାମ୍‌ ରୋଷ୍ଟେଡ୍‌ ବେସନ, ୨ ଗ୍ରାମ୍‌ ଲଙ୍କା ଗୁଣ୍ଡ, ୧୦ ଗ୍ରାମ୍‌ ଗରମ ମସଲା, ୨ ଗ୍ରାମ୍‌ ଜୁଆଣି, ସ୍ବାଦାନୁସାରେ ଲୁଣ ଏବଂ ଗୋଲମରିଚ ଗୁଣ୍ଡ, କୋଟିଂ ପାଇଁ ବ୍ରେଡ୍‌ କ୍ରମ୍ବ୍ରସ୍‌ ଏବଂ ଛାଣିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ-
କଟା ପନୀରକୁ ଏକ ପ୍ଲେଟ୍‌ରେ ରଖନ୍ତୁ। ବଟା ଅଦା-ରସୁଣରେ ଲେମ୍ବୁ ଚିପୁଡ଼ି ପନୀରରେ ଗୋଳାନ୍ତୁ। ପାଖାପାଖି ୧୫ ମିନିଟ୍‌ ଯାଏ ଏହାକୁ ମାରିନେଟ୍‌ କରି ଫ୍ରିଜ୍‌ରେ ରଖନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା, ରୋଷ୍ଟେଡ୍‌ ବେସନ, ଜୁଆଣି, ଲଙ୍କା ଗୁଣ୍ଡ, ଗରମ ମସଲା ଏବଂ ଲୁଣ ମିଶାନ୍ତୁ। ଏଥିରେ ଅଳ୍ପ ପାଣି ମିଶାଇ ଗାଢ଼ ଘୋଳ ତିଆରି କରନ୍ତୁ। ଏହି ଘୋଳରେ ପନୀର ଫିଙ୍ଗର ବୁଡ଼ାନ୍ତୁ। ଏହାକୁ ବ୍ରେଡ୍‌ କ୍ରମ୍ବସ୍‌ ଏପଟସେପଟ କରନ୍ତୁ। କୋଟିଂ କରିବା ପରେ ପନୀରକୁ ଗରମ ତେଲରେ ଛାଣନ୍ତୁ। ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ଏହାକୁ ଛାଣନ୍ତୁ। କଡ଼େଇରୁ ପନୀର ଫିଙ୍ଗରସ୍‌ ବାହାର କରି ଟିସୁ ପେପରରେ ରଖନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ଏହାକୁ ମଷ୍ଟାର୍ଡ ମିୟୋନିନ୍ସ କିମ୍ବା ମିଠା ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More