Only for Entertainment

ଆଳୁ ଏବଂ ସୁଜିରେ ଘରେ ପ୍ରସ୍ତୁତ କରନ୍ତୁ କ୍ରିସ୍ପି ଚଟପଟା ଫିଙ୍ଗର୍ସ ।

punjab keasri
34

ଫିସ ଫିଙ୍ଗର୍ସ ହେଉ ବା ଚିକେନ ଫିଙ୍ଗର୍ସ ଆପଣ ତ ନିହାତି ଖାଇଥିବେ,କିନ୍ତୁ ନିରାମିଷ ଖାଦ୍ୟରେ ପ୍ରସ୍ତୁତ ଫିଙ୍ଗର୍ସ ଯଦି ଆପଣଙ୍କୁ ମିଳିଯାଏ ତେବେ କିପରି ହେବ । ଆଜି ଆମେ ଆପଣଙ୍କୁ ଠିକ ସେହିଭଳି ଏକ ଡିସ ବିଷୟରେ ଜଣାଇବୁ ଯାହା ସଂପୂର୍ଣ୍ଣ ଭାବରେ ନିରାମିଷ ।ତେବେ ଆସନ୍ତୁ ଜାଣଇବା ଆଳୁ ଏବଂ ସୁଜିରେ ପ୍ରସ୍ତୁତ କ୍ରିସ୍ପି ଚଟପଟା ଫିଙ୍ଗର୍ସର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ-
ସୁଜି ୧ କପ
ଆଳୁ ସୁଝା ୬ଟି
କଂଚା ଲଙ୍କା ୮ଟି (ଛୋଟ କଟା)
ଲୁଣ ସ୍ୱାଦନୁସାରେ
କଟା ଧନିଆପତ୍ର ୨ ଚାମଚ
ତେଲ ୧୦ ଚାମଚ
ହେଙ୍ଗୁ ସାମାନ୍ୟ

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ପ୍ୟାନରେ ୧ କପ ପାଣି ନିଅନ୍ତୁ । ପାଣି ଗରମ ହେବା ପରେ ୧ କପ ସୁଜି ପକାନ୍ତୁ । ଏବେ ସୁଜିରେ ସାମାନ୍ୟ ଲୁଣ ପକାନ୍ତୁ । ଡ୍ରାଏ ହେବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ଏକ ପାତ୍ରରେ ଆଳୁକୁ ଚକଟି ରଖନ୍ତୁ,ସେଥିରେ ଧନିଆପତ୍ର,କଂଚା ଲଙ୍କା,ଲୁଣ ଏବଂ ହେଙ୍ଗୁ ପକାନ୍ତୁ । ଏହି ମିଶ୍ରଣରେ ସୁଜିକୁ ପକାଇ ଭଲ ଭାବରେ ମିଶାନ୍ତୁ ଏବଂ ଏହାକୁ ପତଳା ପତଳା ଫିଙ୍ଗର ଭଳି କରି ରଖନ୍ତୁ ।କଡ଼ାଇରେ ତେଲ ଗରମ କରି ଏହାକୁ ଛାଣନ୍ତୁ ଏବଂ ହୋଇଯିବା ପରେ ଟମାଟୋ ସସ ସହିତ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More