Only for Entertainment

ବରୁଣ ଧୱନଙ୍କ ଗୀତ ‘ଫାଷ୍ଟକ୍ଲାସ’ରେ ପ୍ରସ୍ତୁତ ହେଲା ଫନି ଭିଡିଓ, କଳାକାର ମଧ୍ୟ ରୋକି ପାରିଲେ ନାହିଁ ନିଜ ହସ!

37

ଫିଲ୍ମ କଳଙ୍କର ସଙ୍ଗ ଫାଷ୍ଟକ୍ଲାସରେ ଦର୍ଶକଙ୍କର ଭଲ ରେସପନ୍ସ ମିଳିଛି । ବରୁଣ ଧୱନ ଏବଂ କିଆରା ଆଡଭାଣଙ୍କୁ ନେଇ ସୁଟ ହୋଇଥିବା ଏହି ଗୀତକୁ ଗୋଟିଏ ସପ୍ତାହ ମଧ୍ୟରେ ୪୩ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି । ସୋସିଆଲ ମିଡିଆରେ ମଧ୍ୟ ଏହି ଗୀତକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାତ୍ର ଇଂଟରନେଟରେ ଏବେ ଏହି ଗୀତ କିଛି ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛି । ଅସଲରେ ଏହି ଗୀତ ସହ ଜଡିତ ଏକ କ୍ରସଓଭର ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ବରୁଣ ଧୱନ ମଧ୍ୟ ନିଜ ହସକୁ ରୋକି ପାରିନାହାନ୍ତି ।

ଏହି ଭିଡିଓ ଚାଇଲ୍ଡସ ଗ୍ୟାମ୍ବିନୋଙ୍କ ହିଟ ସଙ୍ଗ ‘ଦିସ ଇଜ ଆମେରିକା’ ଏବଂ ‘ଫାଷ୍ଟକ୍ଲାସ’ଗୀତର କ୍ରସଓଭର ଭିଡିଓ ଅଟେ । ଏଥିରେ ଭିଜୁଆଲ ରହିଛି ଗ୍ୟାମ୍ବିନୋ ଗୀତର ମାତ୍ର ବ୍ୟାକଗ୍ରାଉଂଡ ସଙ୍ଗ ରହିଛି ଫାଷ୍ଟକ୍ଲାସ’ର । ଏହି ଭିଡିଓକୁ ଦେଖି ଦର୍ଶକଙ୍କ ସମେତ ବରୁଣ ଧୱନ, କିଆରା ଆଡଭାନୀ, ଆୟୁଷ୍ମାନ ଖୁରାନା ଏହିଭଳି ଅନେକ କଳାକାର ନିଜ ହସ ରୋକି ପାରିନଥିଲେ, ଏବଂ ଏହାସହ ସୋସିଆଲ ମିଡିଆ ଅକାଉଂଟରେ ମଧ୍ୟ ଏହାକୁ ଶେୟାର କରାଯାଇଛି ।

ବରୁଣ ଧୱନ ଏହାକୁ ପୋଷ୍ଟ କରି ଲେଖିଛନ୍ତି ଯେ ଏହା ଭାରତ ଅଟେ । ଏଠାରେ ସବୁ କିଛି ନିଜର ତଥା @donaldglover ମଧ୍ୟ । ସେହିଭଳି କିଆରା ଆଡଭାଣୀ ମଧ୍ୟ ଏହି କ୍ଲିପକୁ ଲାଫିଂ ଇାମୋଜି ସହ ରିଟ୍ୱିଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More