ଖାଦ୍ୟ ହଜମ ହେବା ସମସ୍ୟା ଦୂର କରେ ଜିରା, ଜାଣନ୍ତୁ କିଭଳି ବ୍ୟବହାର କରିବେ
ଜିରା ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ। ଜିରା ଦ୍ୱାରା ଅନେକ ଶାରୀରିକସମସ୍ୟା ଦୂର ହୋଇଥାଏ। ଚାଲନ୍ତୁ ଜିରା ଓ ଜିରା ପାଣିର ଉପକାରିତା ବିଷୟରେ ଜାଣିବା ..
- ଜିରା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ମଧୁମେହ ଦୂର ହୋଇଥାଏ । ଏହା ସହ ଶରୀରରେ ଇନ୍ସୁଲିନ, ମେଟାବୋଲିଜିମ୍ ଆଦି ପ୍ରକ୍ରିୟା ମଜବୁତ ହୋଇଥାଏ।
- ଶରୀରର ଓଜନ କମାଇବାରେ ଜିରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସକାଳୁ ଖାଲିପେଟରେ ଜିରାପାଣି ପଇବା ଦ୍ୱାରା ଓଜନ କମ୍ ହୋଇଥାଏ। ନିୟମିତ ସକାଳେ ଜିରାପାଣି ପିଅନ୍ତୁ।
- ଜିରାରେ ଆଣ୍ଟିଅକ୍ସିଡାଣ୍ଟ ପରିମାଣ ଅଧିକ ରହିଥାଏ। ଏହା ସହ କପର, ମାଙ୍ଗାନିଜ୍ ଓ ମିନେରାଲ୍ସ ରହିଥାଏ। ଯାହାକି ଶରୀରକୁ କ୍ଷତି ପହଞ୍ଚାଉଥିବା ପଦାର୍ଥକୁ ବାହାରକୁ ବାହାର କରିଦିଏ।
- ଏକ ଗ୍ଲାସ ପାଣିରେ ଗୋଟେ ଚାମଚ ଜିରା ରାତି ସାରା ଭିଜାଇ ରଖନ୍ତୁ। ସକାଳୁ ଏହାକୁ ଛାଣି ପିଅନ୍ତୁ। ଜିରାପାଣି ପିଇବା ଦ୍ବାରା ହଜମ ଶକ୍ତି ବଢିଥାଏ। ଏଥିସହିତ ଭୋକ ମଧ୍ୟ କମ୍ ହୋଇଥାଏ।
- ଜିରା ପାଣି ପିଇବା ଦ୍ୱାରା ମୁଣ୍ଡବ୍ୟଥାରୁ ଆରାମ ମିଳିଥାଏ। ଏହ ସହ ଜିରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।