Only for Entertainment

ହଜମଶକ୍ତି ବଢାଇବା ପାଇଁ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ ।

40

ଜିରା ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପଯୋଗୀ। ଜିରା ଦ୍ୱାରା ଅନେକ ଶାରୀରିକସମସ୍ୟା ଦୂର ହୋଇଥାଏ। ଚାଲନ୍ତୁ ଜିରା ଓ ଜିରା ପାଣିର ଉପକାରିତା ବିଷୟରେ ଜାଣିବା ..

ଜିରା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ମଧୁମେହ ଦୂର ହୋଇଥାଏ । ଏହା ସହ ଶରୀରରେ ଇନ୍ସୁଲିନ, ମେଟାବୋଲିଜିମ୍ ଆଦି ପ୍ରକ୍ରିୟା ମଜବୁତ ହୋଇଥାଏ।

 

ଶରୀରର ଓଜନ କମାଇବାରେ ଜିରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସକାଳୁ ଖାଲିପେଟରେ ଜିରାପାଣି ପଇବା ଦ୍ୱାରା ଓଜନ କମ୍ ହୋଇଥାଏ। ନିୟମିତ ସକାଳେ ଜିରାପାଣି ପିଅନ୍ତୁ।

 

ଜିରାରେ ଆଣ୍ଟିଅକ୍ସିଡାଣ୍ଟ ପରିମାଣ ଅଧିକ ରହିଥାଏ। ଏହା ସହ କପର, ମାଙ୍ଗାନିଜ୍ ଓ ମିନେରାଲ୍ସ ରହିଥାଏ। ଯାହାକି ଶରୀରକୁ କ୍ଷତି ପହଞ୍ଚାଉଥିବା ପଦାର୍ଥକୁ ବାହାରକୁ ବାହାର କରିଦିଏ।

 

ଏକ ଗ୍ଲାସ ପାଣିରେ ଗୋଟେ ଚାମଚ ଜିରା ରାତି ସାରା ଭିଜାଇ ରଖନ୍ତୁ। ସକାଳୁ ଏହାକୁ ଛାଣି ପିଅନ୍ତୁ। ଜିରାପାଣି ପିଇବା ଦ୍ବାରା ହଜମ ଶକ୍ତି ବଢିଥାଏ। ଏଥିସହିତ ଭୋକ ମଧ୍ୟ କମ୍ ହୋଇଥାଏ।

 

ଜିରା ପାଣି ପିଇବା ଦ୍ୱାରା ମୁଣ୍ଡବ୍ୟଥାରୁ ଆରାମ ମିଳିଥାଏ। ଏହ ସହ ଜିରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More