Only for Entertainment

କାହିଁକି ଖରାଦିନେ ଦହି ଖାଇବା ଉଚିତ ।

26
  •  ଦହିରେ ପ୍ରଚୁର ମାତ୍ରାରେ ପ୍ରୋଟିନ, କ୍ୟାଲସିୟମ ଓ ଭିଟାମିନ ରହିଛି।
    * ବହୁ ଲୋକଙ୍କୁ ଖାଇବା ପରେ ଏସିଡିଟି ସମସ୍ୟା ଦେଖାଦେଇଥାଏ। ତେବେ ଆପଣ ନିଜ ଖାଇବାରେ ଦହିକୁ ସାମିଲ କରନ୍ତୁ। ଦହି ଖାଇବା ପରେ ଦେଖିବେ ଏହି ସମସ୍ୟା ଦୂର ହୋଇଯିବ। ଦହି ଆପଣଙ୍କ ଶରୀରର ପିଏଚ୍‌କୁ ବ୍ୟାଲେନ୍ସ କରିଥାଏ।
    * ଯଦି ଆପଣଙ୍କ ଖାଇବା ନଳୀରେ ଖାଇବା ଫଶିଯାଇଛି ଓ ଆପଣଙ୍କୁ ଛାତିରେ ଜୋଳାପୋଡା ଅନୁଭବ କରିବା ସହ ବାନ୍ତି ଲାଗୁଛି ତେବେ ତୁରନ୍ତ ଦହି ଖାଇନିଅନ୍ତୁ। ଦେଖିବେ ବହୁ ଶୀଘ୍ର ଆପଣଙ୍କ ସମସ୍ୟା ଦୂର ହୋଇଯିବ।
    * ନିୟମିତ ଦହି ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ। ପ୍ରୋବାୟୋଟିକ ହେବା କାରଣରୁ ଦହିରେ ଭିଟାମିନ ବି-୧୨ ଓ ମାଇକ୍ରୋ ଅର୍ଗାନିଜମ୍‌ ରହିଛି। ଯାହାଫଳରେ ଏହା ପେଟ ଭିତରେ ବ୍ୟାକ୍ଟେରିଆ ବଢ଼ାଇବା ସହ ହଜମ ପ୍ରକ୍ରିୟାକୁ ତ୍ୱରାନିତ କରିଥାଏ।
    * ବହୁ ଲୋକଙ୍କୁ କ୍ଷୀର ଖାଇଲେ ହଜମ ହୋଇ ନ ଥାଏ। କାରଣ ଏଥିରେ ଲେକଟୋଜର ମାତ୍ରା ଅଧିକ ରହିଥାଏ। ତେବେ ଏହିଭଳି ସମସ୍ୟା ଭୋଗୁଥିଲେ ଆପଣ କ୍ଷୀର ବଦଳରେ ଦହିକୁ ନିଜ ଖାଦ୍ୟରେ ସାମିଲ କରିପାରିବେ। କାରଣ ଦହିରେ ଆପଣଙ୍କୁ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଅନ୍ୟ ଭିଟାମିନ୍‌ ସବୁ ମିଳିଯିବ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More