Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି ଦହି ଆଳୁ ମସଲା ।

Sify Bawarchi
0 48

ଆବଶ୍ୟକ ସାମଗ୍ରୀ:

ଆଳୁ, ଦହି, ପିଆଜ, ଲଙ୍କା, ଅଦା, ଶୁଖିଲା ଲଙ୍କା, ଗୋଲ ମରିଚ, ଘିଅ ,ଜିରା, ଭୃସୁଙ୍ଗ ପତ୍ର, ରସୁଣ ବଟା, ହଳଦୀ, ଲୁଣ, ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: 

ପ୍ରଥମେ ଆଳୁରୁ ଚୋପା ଛଡ଼ାଇ ଲୁଣ ପାଣିରେ ସିଝାନ୍ତୁ। ଆଳୁ ସିଝିଯିବା ପରେ ୪ ପିସ୍‌ କରି କାଟି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଦହି ଫେଣ୍ଟି ରଖନ୍ତୁ। ଏହା ସହ ଅଦା, ଲଙ୍କା, ପିଆଜ କଟା, ଶୁଖିଲା ଲଙ୍କା ଓ ଗୋଲ ମରିଚ  ଗୁଣ୍ଡ କରି ରଖନ୍ତୁ। ତା’ପରେ କଡେଇରେ ଘିଅ ଗରମ କରି ସେଥିରେ ଜିରା, ଭୃସୁଙ୍ଗ ପତ୍ର ପକାଇ ଫୁଟାନ୍ତୁ।

ଏହାପରେ କଟା ପିଆଜ, ଅଦା ଓ କଟା ଲଙ୍କା ପକାଇ ପିଆଜ ନରମ ହେବା ଯାଏଁ ଭାଜନ୍ତୁ। ତା’ପରେ ରସୁଣ ବଟା ପକାଇ ୫ରୁ ୬ମିନିଟ୍‌ ପର୍ଯ୍ୟନ୍ତ କଷନ୍ତୁ।  ମସଲା କଷି ହୋଇଯିବା ପରେ ଆଳୁ ଓ ଦହି  ପକାଇ ଫୁଟିବାକୁ ଛାଡି ଦିଅନ୍ତୁ। ଏହା ଫୁଟିଯିବା ପରେ ଶେଷରେ ଲଙ୍କା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ  ଦିଅନ୍ତୁ। ତାପରେ ସେଥିରେ ଧନିଆ ପତ୍ର ପକାଇ ପରଷନ୍ତୁ ଗରମ ଗରମ ଦହି ଆଳୁ ତରକାରୀ।ଆପଣ ଚାହିଁଲେ ଝୋଳ ରଖି ପାରିବେ ନଚେତ କଷା ହେଲା ଭଳି ବା ଶୁଖିଲା ରଖିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More