Only for Entertainment

ପାରମ୍ପରିକ ଦହି ଭେଣ୍ଡି ପ୍ରସ୍ତୁତି କରିବାର ସାଧାରଣ ଟିପ୍ସ ।

manjula's kitchen
0 42

ଭେଣ୍ଡିକୁ ବିଭିନ୍ନ ପ୍ରଣାଳୀରେ ପ୍ରସ୍ତୁତ କରାଯାଏ । ଡାକ୍ତରଙ୍କ କହିବା ଅନୁସାରେ ଭେଣ୍ଡିରେ ଅନେକ ଉପକାରୀ ଗୁଣ ରହିଛି ଯାହା ଆଣ୍ଠୁ ଗଣ୍ଠି ଦରଜରୁ ରକ୍ଷା କରିଥାଏ । ବିଶେଷ କରି ବୟସ୍କ ବ୍ୟକ୍ତିମାନେ ଏହାକୁ ନିୟମିତ ଭାବରେ ଖାଇବା ଦରକାର । ଭେଣ୍ଡିର କିଛି ସାଧାରଣ ରେସିପି ସମସ୍ତେ ଖାଇଥାନ୍ତି,କିନ୍ତୁ ବେଳେ ବେଳେ କିଛି ନିଆରା ପ୍ରଣାଳୀରେ ମଧ୍ୟ ଖାଇବା ଦରକାର । ସେହିଭଳି ଏକ ରେସିପି ହେଉଛି ଦହି ଭେଣ୍ଡି । ଆସନ୍ତୁ ଜାଣିବା ତାହାର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।
ଆବଶ୍ୟକୀୟ ସାମଗ୍ରୀ-
ରିଫାଇନ ତେଲ,ଜିରା ଭେଣ୍ଡି,ପିଆଜ, ଲୁଣ, ହଳଦୀ,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ,ଦହି,ସୋରିଷ,ଘିଅ,ବିରି ଡାଲି,କଂଚା ଲଙ୍କା ଓ ଭୃସଙ୍ଗ ପତ୍ର
ପ୍ରସ୍ତୁତି ପ୍ରଣାଳୀ-
ଏକ କଡ଼଼ାଇରେ ତେଲ ଗରମ କରି ଏକ କପ କଟା ଭେଣ୍ଡି ପକାନ୍ତୁ । ଭେଣ୍ଡି ସତେ ହେବା ପରେ ଏହାକୁ ଏକ ପାତ୍ରକୁ ବାହାର କରି ଦିଅନ୍ତୁ । ପରେ ସେହି ପଡ଼ାଇରେ ପିଆଜ ପକାଇ ଭାଜନ୍ତୁ, ପିଆଜ ବ୍ରାଉନ ହେବାପରେ ସେଥିରେ ଭଜା ହୋଇ ରହିଥିବା ଭେଣ୍ଡି,ଲୁଣ, ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଏବଂ ଜିରା ଗୁଣ୍ଡ ପକାନ୍ତୁ । କିଛି ସମୟ ପରେ ଏଥିରେ ଦହି ପକାନ୍ତୁ । ଅନ୍ୟ ଏକ କଡ଼ାଇରେ ତେଲ ଗରମ କରି ସେଥିରେ ସୋରିଷ,ଏକ ଚାମଚ ବିରି ଡାଲି,ଭୃସଙ୍ଗ ପତ୍ର ଏବଂ କଂଚା ଲଙ୍କା ପକାଇ ଫୁଟାନ୍ତୁ । ଶେଷରେ ଏହି ତଡ଼କାକୁ ମିଶ୍ରିତ ଭେଣ୍ଡିରେ ପକାଇ ମିଶାନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More