Only for Entertainment

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଦହି ପାମ୍ପଡ ।

The Hungry Merchant
0 101

ପ୍ରସ୍ତୁତି  ସାମଗ୍ରୀ :

ଖଟା ଦହି ୨୦୦ ମି. ଲି . , ପାମ୍ପଡ ୨ଟି, ଭୃଶୁଙ୍ଗା ପତ୍ର , କଞ୍ଛା ଲଙ୍କା ୩ ଟି , ପାଞ୍ଚ ଫୁଟଣ , ହେଙ୍ଗୁ , ସୁରିଶ ତେଲ , ଜୀରା ଗୁଣ୍ଡ ।

ପ୍ରଣାଳୀ :

ପ୍ରଥମେ ପାମ୍ପଡକୁ ଛାଣି କିମ୍ବା ଭାଜି ରଖନ୍ତୁ ।  ଏବେ ଏକ ପାତ୍ରରେ ଦହି ନେଇ ସେଥିରେ ଜୀରା ଗୁଣ୍ଡ , ଲୁଣ ସ୍ଵାଦ ଅନୁସାରେ ପକାଇ ଭଲ ଭାବରେ ପକାଇ ଫେଣ୍ଟି ରଖନ୍ତୁ । କରେଇ ଆଞ୍ଚରେ ଗରମ କରି ୧ ଚାମଚ ତେଲ ପକାଇ ତେଲ ଗରମ ହେଲେ ପାଞ୍ଚ ଫୁଟଣ , ଭୃଶୁଙ୍ଗା ପତ୍ର , କଞ୍ଛା ଲଙ୍କା, ହେଙ୍ଗୁ ପକାଇ ଛୁଙ୍କ କରନ୍ତୁ ଓ ଆଞ୍ଚ ବନ୍ଦ କରିଦିଅନ୍ତୁ ।

ଏହାପରେ  ସେଥିରେ  ଦହିକୁ  ଢାଳି  ଦିଅନ୍ତୁ ଓ ଭଜା ପାମ୍ପଡକୁ   ୫/୬ ଖଣ୍ଡ କରି ପକାଇ ଏପଟ ସେପଟ କରିଦିଅନ୍ତୁ ଯେପରି ପାମ୍ପଡ ଭଲ ଭାବେ ଭିଜିଯିବ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ଦହି ପାମ୍ପଡ । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More