Only for Entertainment

ଦହି ପ୍ରସ୍ତୁତି କରିବାର ସାଧାରଣ ପ୍ରଣାଳୀ ।

health & glow tips
0 77

ଦହି ଖାଇବାକୁ ସମସ୍ତେ ଭଲପାଆନ୍ତି । କେହି କେହି ଦୋକାନରୁ ଦହି କିଣି ଆଣିଥାନ୍ତି ତ ଆଉ କେହି ଘରେ ତିଆରି କରି ଖାଇବାକୁ ଖୁବ ଭଲ ପାଆନ୍ତି । କାରଣ ଦହି ସ୍ୱାସ୍ଥ୍ୟ ପ୍ରତି ଖୁବ ଲାଭଦାୟକ । କେବଳ ସେତିକି ନୁହେଁ ଦହି ଖାଇବା ଦ୍ୱାରା ତ୍ୱଚା ଉଜ୍ୱଳ ମଧ୍ୟ ଦେଖାଯାଏ । ତେବେ ଅଧିକାଂଶ ଲୋକ ଦହି ତିଆରି କରିବାର ପ୍ରଣାଳୀ ଠିକ ଭାବରେ ଜାଣି ନଥିବାରୁ ଦହି ବହଳିଆ ହୋଇ ନଥାଏ । କିନ୍ତୁ କିଛି ମହିଳା ଅଛନ୍ତି ଯେଉଁମାନେ ପାରମ୍ପରିକ ଭାବରେ କେତୋଟି ପ୍ରଣାଳୀରେ ପ୍ରସ୍ତୁ୍ତ କରି ଆସୁଛନ୍ତି । ଆସନ୍ତୁ ଜାଣିବା ଦହି ପ୍ରସ୍ତୁତ କରିବାର କିଛି ସାଧାରଣ ପ୍ରଣାଳୀ ।
ଆବଶ୍ୟକୀୟ ସାମଗ୍ରୀ- ଦୁଗ୍ଧ ଓ ଶୁଖିଲା ଲଙ୍କା ଡେମ୍ଫ
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଦୁଗ୍ଧକୁ ଗରମ କରନ୍ତୁ ଏବଂ ଏହାକୁ ରୁମ ତାପମାତ୍ରା ଅନୁସାରେ ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ସେଥିରେ କିଛି ଶୁଖିଲା ଲଙ୍କାର ଡେମ୍ଫକୁ ପକାନ୍ତୁ(ପ୍ରତି ୧/୨ କପରୁ ୩/୪ କପ ଦୁଗ୍ଧରେ ୮ରୁ ୧୦ଟି ଡେମ୍ଫ) । ଏହାକୁ ଏକ ଶୀତଳ ସ୍ଥାନରେ ରଖି ଦିଅନ୍ତୁ । ବିଶେଷ କରି ଏଥିପାଇଁ ୫ ଘଂଟା ସମୟ ଲାଗିଥାଏ, କିନ୍ତୁ ଏହା ତାପମାତ୍ରା ଉପରେ ନିର୍ଭର କରେ । ଏଭଳି କରିବା ଦ୍ୱାରା ଦହି ଭଲ ଭାବରେ ହୋଇଥାଏ । ଅନ୍ୟ ଏକ ପ୍ରଣାଳୀ ହେଉଛି କିଛି ଦହିକୁ ଦୁଗ୍ଧରେ ମିଶାଇ ଏକ ଥଣ୍ଡା ସ୍ଥାନରେ ରଖିବା ଦ୍ୱାରା ମଧ୍ୟ ଦହି ପ୍ରସ୍ତୁତ ହୋଇପାରେ । ତେବେ ଏହା ଏକ ପାରମ୍ପରିକ ପଦ୍ଧତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More