Only for Entertainment

ଆଜି ହିଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି କର୍ଡ ରାଇସ

Healthy Veg Recipes
57

ସାମଗ୍ରୀ-
ଚାଉଳ- ଅଧା କପ (ରନ୍ଧା ହୋଇଥିବା), ଦହୀ- ୧ କପ, ନଡିଆ ତେଲ-୧ ଚାମଚ, ସୋରିଷ-୧ ଚାମଚ, ଜୀରା- ୧ ଚାମଚ, ବିରି ଡାଲି- ୧ ଚାମଚ, କଂଚା ଲଙ୍କା-୧ଟି, ଭୂଶଙ୍ଗ ପତ୍ର- ୭କିମ୍ବା ୮ଟି, ହେଙ୍ଗୁ- ଅଧା ଚାମଚ, ଲୁଣ – ସ୍ୱାଦ ଅନୁସାରେ, ଧନିଆ ପତ୍ର

ପ୍ରଣାଳୀ-
ଗୋଟିଏ ପାତ୍ରରେ ଭାତ ଏବଂ ଦହିକୁ ମିଶାଇ ମେଶରରେ ଭଲ ଭାବେ ମିକ୍ସ କରି ଅଲଗା ରଖି ଦିଅନ୍ତୁ । ଏହା ପରେ କଢାଇ ବସାଇ ତେଲ ଗରମ କରନ୍ତୁ । ତେଲ ଗରମ ହେବ ପରେ ସେଥିରେ ସୋରିଷ ପକାଇ ଫୁଟାନ୍ତୁ । ପରେ ଜିରା, ଡାଲି, କଂଚା ଲଙ୍କା, ଭୂଷଙ୍ଗ ପତ୍ର ଏବଂ ହେଙ୍ଗୁ ମିଶାଇ ଭଲ ଭାବେ ୧ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ଏବେ ଭାତ ଏବଂ ଦହିର ମିଶ୍ରଣକୁ ପକାନ୍ତୁ ଏବଂ ସେଥିରେ ଲୁଣ ଏବଂ ଧନିଆ ପତ୍ର ପକାନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ କର୍ଡ ରାଇସ । ବର୍ତ୍ତମାନ ଏହାକୁ ସର୍ଭ କରନ୍ତୁ । ଆପଣ ଚାହିଁଲେ ସର୍ଭ କରିବା ସମୟରେ ଡାଲିମ୍ବ ମଧ୍ୟ ପକାଇ ପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More