Only for Entertainment

କେଶ ଘନ କରିବାରେ ସହାୟକ ହୁଏ ଆପଣଙ୍କ ବାଡ଼ି ବଗିଚାରେ ଥିବା ଏହି ସାଧାରଣ ଗଛ

organic facts
112

ଭୃସଙ୍ଗ ପତ୍ରକୁ ନା କେବଳ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ କରିବାରେ ବ୍ୟବହାର କରାଯାଏ ତାହା ନୁହେଁ । ବରଂ ଏହା ଅନେକ କାମରେ ଆସିଥାଏ ।ଭୃସଙ୍ଗ ପତ୍ରରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ଫଙ୍ଗଲ,ଭିଟାମିନ୍‌ ଏ,ଫାଇବର,କ୍ୟାଲ୍‌ସିୟମ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିଥାଏ । ତେବେ ଆଜି ଆମେ ଜାଣିବା ଏଥିରୁ ଶରୀରରକୁ ଏବଂ କେଶକୁ ମିଳୁଥିବା ଫାଇଦା ବିଷୟରେ…

ଏହାକୁ ସେବନ କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ । ଏହା ପେଟ ସହ ଜଡ଼ିତ ଅନେକ ସମସ୍ୟା ଯେମିତିକି,କୋଷ୍ଠକାଠିନ୍ୟ,ଗ୍ୟାସ୍‌ ସମସ୍ୟା ଏବଂ ପେଟ ଫୁଲିବା ସମସ୍ୟାକୁ ଦୂର କରିଥାଏ । ଭୃସଙ୍ଗ ପତ୍ରର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଡ଼ାଇରିଆ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ।

ଭୃସଙ୍ଗ ପତ୍ରରେ ଭିଟାମିନ୍‌ ଏ ଏବଂ କେରୋଟେନଏଡ଼୍‍ସ ଥିବାରୁ ଏହା ଦୃଷ୍ଟିଶକ୍ତିକୁ ସୁସ୍ଥ ରଖିଥାଏ ।

ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଭିଟାମିନ୍‌ ଶରୀରର ଓଜନକୁ ନିୟନ୍ତ୍ରଣ କରିଥାଏ । ଏହା ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରି ଫ୍ୟାଟ୍‌ କମ୍‌ କରିଥାଏ । ଡ଼ାଏଟିଙ୍ଗ ଏବଂ ବ୍ୟାୟାମ କରିବା ସହ ଭୃସଙ୍ଗ ପତ୍ରର ସେବନ ଓଜନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

କେଶକୁ ଲମ୍ବା ଏବଂ ଘନ କରିବା ପାଇଁ ଭୃସଙ୍ଗ ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ । ଏଥିରେ ଥିବା ପୋଷକ ତତ୍ତ୍ୱ କେଶକୁ ତୁରନ୍ତ ବଢ଼ିବାରେ ସାହାଯ୍ୟ କରିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More