Only for Entertainment

ଗାଡ଼ି ଛାଡ଼ି ସାଇକେଲ ଚଲାଇବା ଆରମ୍ଭ କରି ଦିଅନ୍ତୁ, ନଚେତ…………

44

ଆଜିକାଲି ଗାଡ଼ି ଚଲାଇବା ତ ଏକ ଅଭ୍ୟାସ ହୋଇଗଲାଣି । ସେ ଘର ଠାରୁ ୧୦୦ ମିଟର ଦୂର ହେଉ ବା ୨୦୦ ମିଟର । ତେବେ ଏହା ଏକ ଖରାପ ଅଭ୍ୟାସ କହିଲେ ଭୁଲ ହେବ ନାହିଁ । କାରଣ ଛୋଟ ଛୋଟ କାମ ପାଇଁ ଗାଡ଼ିର ବହୁଳ ବ୍ୟବହାର ଦିନେ ଆମକୁ ସମସ୍ୟାରେ ପକାଇବ । ଦିନକୁ ଦିନ ଶେଷ ହୋଇ ଯାଉଥିବା ଜାଳେଣିଯେ ମହଙ୍ଗା ହୋଇଯିବ ଏବଂ ଜୀବନ କଷ୍ଟସାଧ୍ୟ ହୋଇଯିବ । ତେଣୁ ବେଳ ବେଳେ ଗାଡ଼ି ଛାଡ଼ି ସାଇକେଲ ଚଲାଇବା ଉଚିତ । କିନ୍ତୁ ଏହାଯେ ଗୋଟିଏ କାରଣ ନୁହେଁ ଏହା ବ୍ୟତୀତ ଆଉ କେତେକ ଉପକାର ମଧ୍ୟ ମିଳିଥାଏ, ଆସନ୍ତୁ ଆଲେଶଚନା କରିବା ।

  • ନିୟମିତ ଅଧାଘଣ୍ଟା ସାଇକଲିଙ୍ଗ୍ କରିବା ଦ୍ୱାରା ହାର୍ଟ ସୁସ୍ଥ ରୁହେ । ଏହା କେବଳ ହାର୍ଟକୁ ସୁସ୍ଥ ରଖେ ନାହିଁ ବରଂ ରକ୍ତ ପ୍ରବାହକୁ ମଧ୍ୟ ସଠିକ୍ ରଖିଥାଏ ।
  • ପାଦର ମାଂସପେଶୀ ମଜବୁତ ରହିବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ସାଇକଲିଙ୍ଗ୍ । ସାଇକଲିଙ୍ଗ୍ କରିବା ଦ୍ୱାରା ମାଂସପେଶୀ ସମେତ ଆଣ୍ଠୁ ଗଣ୍ଠି ମଜବୁତ ରୁହେ ।
  • ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ତେବେ ନିୟମିତ ଅଧଘଣ୍ଟା ସାଇକଲିଙ୍ଗ୍ କରନ୍ତୁ । ଏହାଦ୍ୱାରା ଶରୀରରେ ଜମାଟ ବାନ୍ଧିଥିବା ଏକ୍ସଟ୍ରା ଫ୍ୟାଟ ସହଜରେ କମିଯାଇଥାଏ । ଏହାସହିତ ଶରୀର ଫୂର୍ତ୍ତି ରୁହେ ।
  • ମଧୁମେୟ ରୋଗୀ ପାଇଁ ସାଇକଲିଙ୍ଗ୍ ଖୁବ୍ ଉପଯୋଗୀ ହୋଇଥାଏ । ଟାଇପ ୱାନ୍ ଡାଇବେଟିସ ରୋଗୀ ପ୍ରତିଦିନ ଅଧଘଣ୍ଟା ସାଇକଲିଙ୍ଗ୍ କରିବା ଉଚିତ୍ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More